କନକ ବ୍ୟୁରୋ : ସବୁଜ ପୃଥିବୀ ପାଇଁ ଓଡ଼ିଆ ପୁଅ ସିଦ୍ଧାର୍ଥଙ୍କ ନିଆରା ପ୍ରୟାସ । ଚାରା ରୋପଣ ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ବାଇକ୍ ଯାତ୍ରା କରିଛନ୍ତି ଭୁବନେଶ୍ୱରର ସିଦ୍ଧାର୍ଥ ।   କିଛି ସାଥୀଙ୍କୁ ନେଇ ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶ ପାଖାପାଖି ୫୦୦୦ କିମି ବାଇକ୍ ଯାତ୍ରା କରିଛନ୍ତି । ଆଜି ଭୋରରୁ ବାଇକ୍ ଯାତ୍ରାରେ ବାହାରି ଯାଇଛନ୍ତି ସିଦ୍ଧାର୍ଥ । ବାଇକର ସିଦ୍ଧାର୍ଥ ଶଙ୍କର ପଣ୍ଡା ଭୁବନେଶ୍ୱରରୁ ଅରୁଣାଚଳ ପ୍ରଦେଶର ତାୱଙ୍ଗ ଅଭିମୁଖେ ଯିବା ରାସ୍ତା କଡ଼େ କଡ଼େ ମଞ୍ଜିଗୋଳା ଫୋପାଡ଼ି ବୃକ୍ଷରୋପଣ କରିବାକୁ ଯୋଜନା କରିଛନ୍ତି ।

Advertisment

ଆଜିକା ସମୟରେ ଦେଖିବାକୁ ମିଳୁଛି ସୁଉଚ୍ଚ ଅଟ୍ଟାଳିକା ସଂଖ୍ୟା ବଢ଼ୁଥିବା ବେଳେ ଦିନକୁ ଦିନ ଗଛ ସଂଖ୍ୟା କମ ହେବାରେ ଲାଗିଛି । ଏଥିପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ବି କିଛି ସୁଫଳ ମିଳୁନି । ଏପରି ଦିନ ଆସିବ ଯେତେବେଳେ ଗୋଟାଏ ହେଲେ ଗଛ ନଥିବ ଏବଂ ଚାରିଆଡେ ଛିଡ଼ା ହୋଇଥିବା କେବଳ ବଡ଼ ବଡ଼ ଅଟାଳିକା । ଅଣନିଶ୍ୱାସୀ ହୋଇ ମୃତ୍ୟୁ ମୁଖକୁ ସମସ୍ତେ ଟାଣି ହୋଇ ଯାଉଥିବେ । ତେଣୁ ଏପରି ଘଡ଼ିସନ୍ଧି ମୁହୁର୍ତ୍ତ ଲୋକଙ୍କୁ ସଚେତନ କରାଇବା ସହ ଯୁବପୀଢୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସିଦ୍ଧାର୍ଥ । ସେ ନୂଆ ପୃଥିବୀର ସ୍ୱପ୍ନ ଦେଖି ପ୍ରୟାସ ଆରମ୍ଭ କରିଛନ୍ତି । ସିଦ୍ଧାର୍ଥଙ୍କ ଏଭଳି କାର୍ଯ୍ୟକୁ ଚାରିଆଡ଼େ ଖୁବ୍ ପ୍ରଶଂସା କରାଯାଉଛି ।