୧୭ ହାଟ ଉପରେ ଲାଗିଲା କଟକଣା : ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବ

Advertisment
୧୭ ହାଟ ଉପରେ ଲାଗିଲା କଟକଣା : ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବ

କନକ ବ୍ୟୁରୋ :  କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀର ୧୭ଟି ହାଟ ଉପରେ କଟକଣା ଲାଗିଛି । ହାଟରେ ଯେପରି ଅଧିକ ଲୋକ ଏକାଠି ନହେବେ ଏବଂ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅସୁବିଧା ନହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜଧାନୀର ୧୭ଟି ହାଟକୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ସଂଧ୍ୟା ୬ଟା ପରେ କୌଣସି ହାଟ ଖୋଲା ରହିବନି।

ମାର୍ଚ୍ଚ ୧୯ରୁ ୩୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ନିର୍ଦ୍ଦେଶନାମା ଅନୁଯାୟୀ, ୟୁନିଟ-୧ ହାଟ/ବଜାର, ୟୁନିଟ-୨ ବଜାର/ହାଟ, ୟୁନିଟ-୩ ବଜାର, ୟୁନିଟ-୪ ବଜାର, ବାପୁଜୀନଗର କିଓସ୍କ, ଗଣ୍ଡମୁଣ୍ଡା ହାଟ, ସିରିପୁର ବଜାର, ବିଜେବି ନଗର ହାଟ, ଭିଏସ୍‌ଏସ୍ ନଗର ହାଟ, ନାଗେଶ୍ବର ଟାଙ୍ଗି ହାଟ, ସହିଦନଗର ଦୈନିକ ବଜାର, ରୁଚିକା ଦୈନିକ ବଜାର, ଓଲ୍ଡଟାଉନ୍ ଦୈନିକ ବଜାର, ଇନ୍ଦ୍ରଧନୁ ଦୈନିକ ବଜାର, ଡମଣା ହାଟ, ମା’ କୋଚିଲେଇ ହାଟ, କପିଳପ୍ରସାଦ ହାଟ ପ୍ରମୁଖ ଏହି କଟକଣା ମାନିବେ।

ତିନି ଜଣ ଜୋନାଲ ଡେପୁଟି କମିସନର ସେମାନଙ୍କ ଅଞ୍ଚଳରେ ଥିବା ହାଟଗୁଡ଼ିକ ନିୟମ ଅନୁଯାୟୀ ଏହାର ଯାଞ୍ଚ କରିବେ। ଯଦି କୌଣସି ବ୍ୟବସାୟୀ ନିୟମ ମାନିବେନି ଜୋନାଲ ଡେପୁଟି କମିସନର‌ମାନେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe