ସବୁ ବିମାନର ରଙ୍ଗ ଧଳା କାହିଁକ ଥାଏ ? ଆସନ୍ତୁ ଜାଣିବା ଏହାର କାରଣ . . . .

62

ଆପଣ କେବେ ଚିନ୍ତା କରିଛନ୍ତି କି ଉଡାଜାହାଜ ଗୁଡିକ ଧଳା ରଙ୍ଗର କାହିଁକି ଥାଏ ? ଅନେକ ଲୋକଙ୍କୁ ଏକଥା ଜଣା ନଥିବ । ଯେତେବେଳ ଉଡାଜାହାଜକୁ କାରଖାନାରୁ ବାହାରକୁ ଅଣାଯାଏ, ତା’ଉପରେ ସବୁଜ ରଙ୍ଗର ପଟି ପଡିଥାଏ ଯାହାକୁ ପରେ ଧଳା କରି ଦିଆଯାଏ । ଆସନ୍ତୁ ଜାଣିବା ଉଡାଜାହାଜକୁ ଧଳା ରଙ୍ଗ କରିବାର କାରଣ ।

୧. ଧଳା ରଙ୍ଗ ଫିକା ପଡେନି –

ଧଳା ରଙ୍ଗ ଅନ୍ୟ ରଙ୍ଗ ପରି ଫିକା ପଡେନି । ସରାଧାଣତଃ ସୁର୍ଯ୍ୟ କିରଣ କାରଣରୁ ଅନ୍ୟ ରଙ୍ଗ ଫିକା ପଡିଯାଏ । ଉଡାଜାହାଜ ପୃଥିବୀରୁ ୩୦ ହଂଜାର ଫୁଟ ଉଚ୍ଚତାରେ ଯାଏ,ସେଠାରେ ଅତି ବାଇଗଣି କିରଣ ଯୋଗୁଁ ରଙ୍ଗ ରଙ୍ଗ ଉଡିଯାଏ । କିନ୍ତୁ ଧଳା ରଙ୍ଗ ପୁରୁଣା ହେଲା ପରେ ମଧ୍ୟ ଧଳା ଠିକଠାକ ଦେଖାଯାଏ ।

୨.ରଙ୍ଗ କରିବାରେ ଅଧିକ ଖର୍ଚ୍ଚ ହୁଏ-

ଏକ ଉଡାଜାହାଜକୁ ରଙ୍ଗ କରିିବାରେ ୫୦ ରୁ ୨୦୦ ହଜାର ୟୁଏସ ଡଲାର ଖର୍ଚ୍ଚ ଆସେ । ଏହାସହ ଉଡାଜାହାକୁ ପୁରା ରଙ୍ଗ କଲେ ବିମାନର ଓଜନ ୨୫୦ ଅତିରିକ୍ତ କିଲୋ ବଢିଯାଏ । ଏଥିପାଇଁ ଉଡାଜାହାଜକୁ ଧଳା ରଙ୍ଗ କରାଯାଏ ।

୩. ଥଣ୍ଡା ରଖିବାରେ ସାହାଯ୍ୟ କରେ –

ଆଉ ଏକ ପ୍ରମୁଖ କାରଣ ହେଲା ଧଳା ରଙ୍ଗ କ୍ୟାବିନକୁ ଥଣ୍ଡା ରଖିବା ସାହାଯ୍ୟ କରେ । ଧଳା ରଙ୍ଗ ଅତି ବାଇଗଣି ରଶ୍ମିକୁ ପ୍ରତିଫଳିତ କରିଥାଏ ଏବଂ ଏହି କାରଣରୁ ଗରମରୁ ରକ୍ଷା ମିଳିଥାଏ ।

୫. ଧଳା ରଙ୍ଗ ଯୋଗୁଁ ସୁବିଧାରେ ଦେଖାଯାଏ ବିମାନ –

ଧଳା ରଙ୍ଗ ଯୋଗୁଁ ଉଡାଜାହାଜରେ ଆସିଥିବା ସ୍କ୍ରାଚ, ତାରିଖ ଆଦିକୁ ଆମେ ସହଜରେ ଦେଖିପାରୁ । ଧଳା ରଙ୍ଗ ଲଗାଇବା ପଛରେ ଏକ ବଡ କାରଣ ।