କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ୭୧ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ରର ଉତ୍ସବର ପରିବେଶ । ଆଜି ଦେଶର ସମ୍ବିଧାନର ୭୧ ବର୍ଷରେ ପାଦ ରଖିଛି । ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଇଁ ଉତ୍ସବର ମାହୋଲ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ୭୧ ତମ ଗଣତନ୍ତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ କାଶ୍ମୀର ଘାଟିରେ ମଧ୍ୟ ୨୬ ଜାନୁୟାରୀ ଅବସରରେ ତ୍ରିରଙ୍ଗା ଫର ଫର ହୋଇ ଉଡ଼ୁଛି ।
ଏଲଓସି ନିକଟରେ କୁପୱାଡ଼ା ସମେତ ଅନ୍ୟ ସ୍ଥାନୀୟ ଲୋକମାନେ ସେନା ଯବନାଙ୍କ ସହ ମିଶି ସାଧାରଣତନ୍ତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଏହି ରାଷ୍ଟ୍ରିୟ ଦିବସ ପାଳନ ଅବସରରେ ପିଲାମାନେ ବହୁତ ଖୁସିଥିବାର ଦେଖିବାକୁ ମିଳୁଛି । ଯବାନଙ୍କ ସହ ମିଶି ସେମାନେ ମଦ୍ୟ ତ୍ରିରଙ୍ଗା ପତାକାକୁ ସଲାମ କରିଛନ୍ତି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ, ଗଣତନ୍ତ୍ରର ଉତ୍ସବରେ ସମସ୍ତ ଲୋକ ଭାଗ ନେଇଛନ୍ତି । ଜମ୍ମୁ-କାଶ୍ମୀରରରେ ୩୭୦ ଧାରା ଉଚ୍ଛେଦ ପରେ ଘାଟିରେ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ ହେଉଛି ।
Follow Us
/kanak/media/post_attachments/wp-content/uploads/2020/01/2-17-300x195.jpg)