ଇତିହାସ ପୃଷ୍ଠାରୁ ଭାରତୀୟ ପୁତ୍ର ସଗତ ସିଂଙ୍କ ବୀରତ୍ୱର ଗାଥା । ଏକାକୀ ଚୀନ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଶୂରବୀର । ପ୍ରଧାନମନ୍ତ୍ରୀଙ୍କ ବିନା ଅନୁମତିରେ ୧୯୬୭ରେ ଡ୍ରାଗନ ସେନା ଉପରେ କରିଥିଲେ ତୋପ ବର୍ଷା . . .

2,701
କନକ ବ୍ୟୁରୋ : ଇତିହାସ ପୃଷ୍ଠାରୁ ବୀରପୁତ୍ର ସଗତ ସିଂ ରାଠୋରଙ୍କ ସୌର୍ଯ୍ୟର ଗାଥା । ଭାରତ-ଚୀନ ଉତ୍ତେଜନା ଭିତରେ ଆଜି ମନେପଡ଼ନ୍ତି ଭାରତର ସେହି ଶୂରବୀର । ଚୀନ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ବିନା ଅନୁମତିରେ ଏକାକୀ ଯୁଦ୍ଧଂ ଦେହି ଡାକରା ଦେଇଥିଲେ ଭାରତ ମାତାର ବୀର ପୁତ୍ର । ଜେନରାଲ୍ ସଗତ ସିଂଙ୍କ ସାହାସ ଚୀନ ସେନାଙ୍କୁ ହତବାକ୍ କରିଦେଇଥିଲା । ତାଙ୍କ ନେତୃତ୍ୱରେ ଡ୍ରାଗନ୍ ସେନାକୁ ସାମ୍ନା କରିବାକୁ ଡରୁଥିବା ଭାରତୀୟ ସେନାଙ୍କ ଡର ଉଭେଇଗଲା ।
ଜେନେରାଲ୍ ସଗତ୍ ସିଂ ରାଠୋର୍ । ସେନାର ସେହି ବାହାଦୂର ଅଫିସର୍, ଯାହାଙ୍କ ନାଁ ଶୁଣିଲେ ଶତ୍ରୁ ସେନାଙ୍କ ଥରହର ହୋଇ ଉଠୁଥିଲେ । ଦୁର୍ଦ୍ଦାନ୍ତ ଚୀନ ସେନାଆଖିରେ ଆଖି ମିଶାଇ ଭାରତୀୟ ସେନାଙ୍କୁ ଲୋହା ବନାଇଥିଲେ ସଗତ ସିଂ । ଗଲୱାନ୍ ଘାଟିରେ ଏବେ ଦେଖା ଦେଇଥିବା ଉତ୍ତେଜନା ପରି ୧୯୬୭ରେ ସିକ୍କିମ ନାଥୁଲାରେ ହୋଇଥିଲା ଚୀନ ଭାରତ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଉଭୟ ସେନା ମଧ୍ୟରେ ୪ ଦିନ ପର୍ଯ୍ୟନ୍ତ ଚାଲିଥିଲା ଘମାଘୋଟ ଲଢ଼େଇ । ଆଉ ସେହି ସମୟରେ ଭାରତ ମାତାର ବୀର ପୁତ୍ର ସ୍ଥିତି ସମ୍ଭାଳିବାକୁ  ଯାଇ ନିଜେ ଚରମ ନିଷ୍ପତ୍ତି ନେଇଥିଲେ ସଗତ ସିଂ ।
ସେ ସମୟରେ ଚୀନ ଭାରତକୁ ଏକ ପ୍ରକାର ବିକଳ୍ପ ଦେଇଥିଲା । ସିକ୍କିମ ସୀମା ନାଥୁଲା ଓ ଜେଲପାଲା ସୀମାଖାଲି କରିବାକୁ ଭାରତକୁ ଚୀନ ପକ୍ଷରୁ କୁହାଯାଇଥିଲା । ଆଉ ସେତେବେଳେ ସେନା ମୁଖ୍ୟାଳୟର ପ୍ରମୁଖ ଜେନେରାଲ ମଧ୍ୟ ସଗତ ସିଂଙ୍କୁ ନିର୍ଦ୍ଦେଶ ଦେଇଦେଇଥିଲେ ସ୍ଥାନ ଛାଡ଼ିବାକୁ । ହେଲେ ଏଥିରେ ରାଜି ହୋଇନଥିଲେ ବୀର ପୁତ୍ର ସଗତ ସିଂ ।  ଭାରତ ମାଟିରୁ ଇଞ୍ଚେ ବି ଛାଡ଼ିବାକୁ ପ୍ରସ୍ତୁତ ହୋଇନଥିଲେ ।
ଆଉ ବିକଳ୍ପ ଦେବାର କିଛି ଦିନ ଭିତରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ମୁହଁମୁହିଁ ହୋଇଯାଇଥିଲେ । ଆଉ ଶାନ୍ତିର ବାର୍ତ୍ତା ଦେଉଥିବା ଭାରତ ଉତ୍ତେଜନା କମ୍ କରିବା ପାଇଁ ଏକ ତାର ବାଡ଼ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲା । ୧୧ ଡିସେମ୍ବର ୧୯୬୭ ସକାଳେ ଭାରତୀୟ ଯବାନ ମାନେ ତାର ବାଡ଼ ଲଗାଇବା ଆରମ୍ଭ କରିଥିଲେ । କିନ୍ତୁ କାମ ଆରମ୍ଭ କରିବା ପରେ ଚୀନ ଏହାର ବିରୋଧ କରିବା ସହ ତାର ବିଛାଇବା ବନ୍ଦ କରିବା ପାଇଁ ନାଲି ଆଖି ଦେଖାଇଥିଲା । ଆଉ ତାର ବାଡ଼ ଲଗାଇବା ସମୟରେ ହିଁ ଅଚାନକ ଗୁଳିବର୍ଷା କରିଥିଲା ଡ୍ରାଗନ୍ ସେନା । ଫଳରେ  ସେଠାରେ କାମ କରୁଥିବା ସମସ୍ତେ ଭାରତୀୟ ସେନା ସହିଦ ହୋଇଥିଲେ । ଫାୟାରିଂ ଏତେ ଜୋରରେ ହେଉଥିଲା ଯେ ଆଘାତପ୍ରାପ୍ତ ଯବାନଙ୍କୁ ମଧ୍ୟ ଉଠାଇପାରିନଥିଲା ଭାରତ  । ଅନେକ ଭାରତୀୟ ଯବାନ ପ୍ରାଣ ହରାଇଥିଲେ । ଗୋଟିଏ ପଟେ ଚୀନ ଫାୟାରିଂ କରୁଥାଏ । ଏପରେ ଭାରତୀୟ ସେନା ଜଣେ ଜଣେ ଟଳି ପଡ଼ୁ ଥାଆନ୍ତି ।
ବୀର ପୁତ୍ର ଆକାରଣରେ ଟଳି ପଡ଼ୁଥିବା ଦେଖି ସମ୍ଭାଳି ପାରିନଥିଲେ ସଗତ ସିଂ । ଦିଲ୍ଲୀର ଆଦେଶ ମିଳିବା ଅପେକ୍ଷା କରି ତୋପର ମୁହଁ ଖୋଲିଦେଥିଲେ । ସେ ସମୟରେ ତୋପ ଫୁଟାଇବା ପାଇଁ ଅନୁମତି ଦେବାର ଅଧିକାର କେବଳ ପ୍ରଧାନମନ୍ତ୍ରୀ ନିକଟରେ ଥିଲା । ଭାରତୀୟ ସେନା ମୁଖ୍ୟଙ୍କ ନିକଟରେ ମଧ୍ୟ ନଥିଲା ସେ ଅଧିକାର । ଏତେ ସଂଖ୍ୟକ ଯବନାଙ୍କୁ ହରାଇ ରକ୍ତମୁଖା ହୋଇପଡ଼ିଥିଲେ ଜେନେରାଗ ସଗତ୍ ସିଂ । ପ୍ରଧାନମନ୍ତ୍ରୀଙ୍କ ଅନୁମତିକୁ ଅପେକ୍ଷା ନକରି ଡ୍ରାଗନ୍ ସେନା ଉପରକୁ ତୋପ ବର୍ଷା କରିଥିଲେ । ଆଉ ସେତେବେଳେ ଚୀନ ସେନାକୁ ଡରୁଥିବା ଭାରତୀୟ ସେନା ସଗତ ସିଂଙ୍କ ନେତୃତ୍ୱରେ ୩୦୦ରୁ ଅଧିକ ଚୀନି ସୈନିକଙ୍କୁ ମାରିଥିଲେ । ତିନି ଦିନ ଧରି ଚାଲିଥିବା ଜବରଦସ୍ତ ଲଢ଼େଇ । ଏହି ଯୁଦ୍ଧ ପରେ ଭାରତୀୟ ସେନାଙ୍କ ୧୯୬୨ ଯୁଦ୍ଧର ଡର ପୁରାପୁରି ଶେଷ ହାଇଯାଇଥିଲା । ଆଜି ସୀମା ଉତ୍ତେଜନା ଜାରି ରହିଥିବା ବେଳେ ମନେ ପଡ଼ନ୍ତି ସେହି ବୀରପୁତ୍ର, ଯିଏ ଇତିହାସରେ ଚିର ଦିନ ପାଇଁ ଅମର ହୋଇଗଲେ ।