ବେକାର ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୮୦ ହଜାର ଲୋକଙ୍କୁ ରୋଜାଗାର ଯୋଗାଇବ ଜିଓ,ଘୋଷଣା କଲା କମ୍ପାନୀ

51
ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଯୁବଗୋଷ୍ଠୀଙ୍କ ପାଇଁ ଚାକିରିର ସୁବର୍ଣ୍ଣ ସୁଯୋଗ ନେଇ ଆସୁଛନ୍ତି । କମ୍ପାନୀ ୨୦୧୯ ରେ ୮୦ ହଜାର ଚାକିରି ଦେବାପାଇଁ ଘୋଷଣା କରିଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ଯେପରି ସେଲ୍ସ, କର୍ପୋରେଟ୍, କଷ୍ଟମର ସର୍ଭିସ, ଆଇଟି, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିରେ ଯୁବକ ଯୁବତୀଙ୍କୁ ଚାକିରି ସୁଯୋଗ ମିଳିବ ।
କେଉଁ କେଉଁ କ୍ଷେତ୍ରରେ ରହିଛି ନିଯୁକ୍ତ ସୁଯୋଗ ?
– ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍, ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି
– କଷ୍ଟମର ସର୍ଭିସ, ଇନଫ୍ରାଷ୍ଟକଚର, ଆଇଟି ଆଣ୍ଡ ସିଷ୍ଟମ
– ସପ୍ଲାଇ ଚେନ୍, ଫାଇନାନ୍ସ ଆଣ୍ଡ଼ ଆକାଉଂଣ୍ଟିଂ, କର୍ପୋରେଟ ଆଫେୟାର
– ଏଚଆର ଆଣ୍ଡ ଟ୍ରେନିଂ, ଅପରେସନ, ପ୍ରୋଡ଼କ୍ଟ ମ୍ୟାନେଜମେଂଟ
– ଅଲାଏନ୍ସ ଆଣ୍ଡ ବିଜିନେସ୍ ଡେଭଲପମେଂଟ , କର୍ପୋରଟ୍ ସର୍ଭିସ
ଜାଣନ୍ତୁ କିପରି କରିବେ ଆବେଦନ ?
ଏଥିପାଇଁ ଆପଣଙ୍କୁ ରିଲାଏନ୍ସ ଜିଓର ୱେବସାଇଟରେ କ୍ୟାରିୟର ପେଜକୁ ଯିବାକୁ ପଡ଼ିବ । ଏହି ପେଜରେ ଭିନ୍ନ ଭିନ୍ନ ଚାକିରି ବିଷୟରେ ତଥ୍ୟ ଦିଆଯାଇଥିବ  । କାହାପାଇଁ କେଉଁ ଯୋଗ୍ୟତା ରହିଛି ଏବଂଳ କେଉଁ ସର୍ତ୍ତ ରହିଛି । ଏହା ବ୍ୟତୀତ ଏହି ଚାକିରି ବିଷୟରେ ପୁରା ତଥ୍ୟ ମଧ୍ୟ ଦିଆଯିବ ।
ଆବେଦନ କରିବା ପାଇଁ –
– କ୍ୟାରିୟର ଜିଓ ଡଟ୍ କମକୁ ଯାଆନ୍ତୁ
– ନ୍ୟୁ ୟୁଜର ଉପରେ କ୍ଲିକ କରନ୍ତୁଓ ଡାଇରେକ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ ।
– ଆଉ ତା’ରେ ନିଜକୁ ରେଜିଷ୍ଟର କରନ୍ତୁ
– ଏସଏମଏସ ଜରିଆରେ ଆପଣଙ୍କ ମୋବାଇଲକୁ କନଫରମେସନ ଆସିଯିବ ।
– ଆଉ ଥରେ କ୍ୟାରିୟର. ଜିଓ.କମରେ ଲଗଇନ୍ କରନ୍ତୁ
– ଷ୍ଟୁଡ଼େଣ୍ଟ ଆଣ୍ଡ ଗ୍ରାଜୁଏଟ୍ ଜବ୍, ଜିଓଗ୍ରାଫିିକାଲ ଜବ୍, କର୍ପୋରଟ୍ ଜବ ଓ ହଟ୍ ଜବ ପାଇଁ ସର୍ଚ୍ଚ କରନ୍ତୁ
– ଆପଣ ନିଜ ସହର ଓ ଡ୍ରିଗୀ ହିସାବରେ ମଧ୍ୟ ଚାକରି ଖୋଜିପାରିବେ
ଯୋଗ୍ୟତା –
ରିଲାଏନ୍ସ ଜିଓ,ମାର୍କେଟିଙ୍ଗ ସେଲ୍ସ, କଷ୍ଟମର ସର୍ଭିସ ଠାରୁ ଆଇଟି ପର୍ଯ୍ୟନ୍ତି, କର୍ପୋରେଟ୍ ଜବ ଆଦିର ସୁଯୋଗ ମିଳୁଛି । ଏପରିସ୍ଥଳେ ଯୋଗ୍ୟତା ମଧ୍ୟ ଭିନ୍ନଭିନ୍ନ ରଖିଛି, ଯୁକ୍ତ ଦୁଇ ପାସ ଗ୍ରାଜୁଏଟ୍ ଠାରୁ ଆରମ୍ଭ କରି ଏମବିଏସ ଇଞ୍ଜିନିୟରିଂ ପର୍ଯ୍ୟନ୍ତ । କ୍ୟାରିୟର.ଜିଓ.କମରେ ଭିନ୍ନଭିନ୍ନ ବିଭାଗରେ କ୍ଲିକ କରିବା ପରେ ଏ ବିଷୟରେ ପୁରା ବିବରଣୀ ଦିଅନ୍ତୁ ।
ଦରମା –
ୱେବସାଇଟରେ ଦମମା ବିୟୟରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ କମ୍ପାନୀ ଭଲ ଦରମା ଅଫର କରୁଛି ବୋଲି ସୂଚନା ମିଳଛି । ଅନୁଭବୀ ବ୍ୟକ୍ତିଙ୍କୁ ଅଧିକ ଦରମା ମିଳିବ ।