ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ଏହି ସୁଯୋଗ ଦେବ ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଜିଓ ଇଣ୍ଟରାକ୍ଟ ମାଧ୍ୟମରେ ଆପଣ ଏହି ସୁଯୋଗ ପାଇପାରିବେ । ରିଲାଏନ୍ସ ଜିଓ ଏକ ନୂଆ ଡିଜିଟାଲ ଇଣ୍ଟରାକ୍ଟିଭ ପ୍ଲାଟଫର୍ମ ଆରମ୍ଭ କରିଛି । ଏହାର ନାଁ ହେଉଛି ଜିଓଇଣ୍ଟରାକ୍ଟ । ଏହାର ବିଶେଷତ୍ୱ ହେଉଛି ଏହା ୟୁଜରମାନଙ୍କ ପ୍ରଶ୍ନ ଶୁଣି ସେହି ଅନୁସାରେ ଉତ୍ତର ଦେଇଥାଏ । ଏଥିରେ କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ ହୋଇଛି ।
ତେବେ ଏହାର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ଲାଇଭ ଚାଟ୍ । ଏହା ମାଧ୍ୟମରେ ଆପଣ ସେଲିବ୍ରିଟି ମାନଙ୍କ ସହ କଥାବାର୍ତ୍ତା କରିପାରିବେ । ସେଲିବ୍ରିଟିମାନେ ମଧ୍ୟ ନିଜ ଫିଲ୍ମର ପ୍ରମୋଶନ ଏହା ମାଧ୍ୟମରେ କରିପାରିବେ । ଅମିତାଭ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ର ୧୦୨ ନଟ୍ ଆଉଟର ପ୍ରମୋଶନ ପାଇଁ ଏହି ପ୍ଲାଟଫର୍ମର ବ୍ୟବହାର କରାଯିବ । ଆସନ୍ତା କାଲି ଅର୍ଥାତ ମେ ୪ରେ ବିଗ ବି ଦର୍ଶକଙ୍କ ସହ କଥାବାର୍ତ୍ତା କରିବେ । ଏହା ମାଧ୍ୟମରେ ବିଗ୍ ବି ନିଜ ଫ୍ୟାନ ମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିପାରିବେ । ଆହୁରି ମଧ୍ୟ ୟୁଜରମାନେ ନିଜର ଏହି ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ସେୟାର କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/nw20160615-reliance-jio-takes-6th-spot-on-data-usage.jpg)
/kanak/media/post_attachments/wp-content/uploads/2018/04/Jio_4_1508339660606.jpg)