ପୁଣି ରେକର୍ଡ ଟେଷ୍ଟିଂ । ୨୪ ଘଂଟାରେ ରାଜ୍ୟରେ ୫୩ ୪୭୮ କରୋନା ନମୁନା ପରୀକ୍ଷା । ଆଂଟିଜେନ ଟେଷ୍ଟ ୪୭ ହଜାରରୁ ଅଧିକ । ଗଂଜାମରେ ୬ ହଜାର ୫୬୪ ଟେଷ୍ଟ ।

ପୁଣି ରେକର୍ଡ ଟେଷ୍ଟିଂ । ୨୪ ଘଂଟାରେ ରାଜ୍ୟରେ ୫୩ ୪୭୮ କରୋନା ନମୁନା ପରୀକ୍ଷା । ଆଂଟିଜେନ ଟେଷ୍ଟ ୪୭ ହଜାରରୁ ଅଧିକ । ଗଂଜାମରେ  ୬ ହଜାର ୫୬୪ ଟେଷ୍ଟ ।

କନକ ବ୍ୟୁରୋ : ରାଜ୍ୟରେ ପୁଣି ରେକର୍ଡ ଟେଷ୍ଟ ହୋଇଛି । ୨୪ ଘଂଟାରେ   ସର୍ବାଧିକ ୫୩ ହଜାର ୪୭୮ ନମୁନା ପରୀକ୍ଷା କରାଯାଇଛି ।  ଏଥିରୁ ୪୭ ହଜାର ୫୧୨  ଆଂଟିଜେନ ଟେଷ୍ଟ ହୋଇଥିବାବେଳେ  ୫ ହଜାର ୮ ଶହ ୪୯ ଆରଟିପିସିଆର  ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର୍ ଓ ୧୧୭ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।  ଗଞ୍ଜାମରେ ହୋଇଛି ୬ ହଜାର ୫ ଶହ ୬୪ ନମୁନା ପରୀକ୍ଷା ।  ଗତ କିଛି ଦିନ ଧରି ରାଜ୍ୟରେ ରେକର୍ଡ ଟେଷ୍ଟ  ହେଉଛି ।  ଗତକାଲି ୫୩ ହଜାର ୧୫ ନୂମନା ପରୀକ୍ଷା ହୋଇଥିଲା । ଗତ ୪ରୁ ୫ ଦିନ ହେବ ୫୦ ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଉଛି ।

କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୦ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe