କନକ ବ୍ୟୁରୋ : ରାଜ୍ୟରେ ବଢିବ ଟେଷ୍ଟିଂ ସଂଖ୍ୟା । ଦୈନିକ ୧ ଲକ୍ଷ ଟେଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଆଂଟିଜେନ ଟେଷ୍ଟ ଆହୁରି ବଢିବ । ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ଟେଷ୍ଟିଂ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଦିନକରେ ଲକ୍ଷେ ଟେଷ୍ଟିଂ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏହାଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯାଇପାରିବ । ରାପିଡି ଆଂଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ରହିବ ନାହି ାଁ ଅଜୟ ପରିଡା ଆହୁରି କହିଛନ୍ତି, କରୋନା ରାଜ୍ୟରେ ପିକ ଆଡକୁ ଆସିଛି । ଏହି ଟ୍ରେଣ୍ଡ ଜାରି ରହିଲେ କମିବ ।