ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ : ମଙ୍ଗଳବାର ଦିନକରେ ହେଲେ ୨ ହଜାର ୨୭ ନମୁନା ପରୀକ୍ଷା,ବର୍ତ୍ତମାନ ସୁଦ୍ଧା ପରୀକ୍ଷା ହୋଇସାରିଲାଣି ୧୩ ହଜାର ୭୭୫ ନମୂନା

474

କନକ ବ୍ୟୁରୋ : ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ଼ ନମୂନା ପରୀକ୍ଷା ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ ଟି ନମୂନା ପରୀକ୍ଷା ହୋଇଛି । ଏହା ମଧ୍ୟରେ ରାପିଡ ଆଂଟିବଡି ଟେଷ୍ଟ ରହିଛି ୪ ହଜାର ୯୭୫ଟି । ଏହା ମଧ୍ୟରୁ ୮୨ଟି ନମୂନା କରୋନା ପଜିଟିଭ୍ ଆସିଛି । ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ମୋଟ୍ ୨ ହଜାର ୨୭ଟି ନମୂନା ପରୀକ୍ଷା ହୋଇଛି । ପୂର୍ବରୁ କେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ନମୂନା ଗୋଟିଏ ଦିନରେ ପରୀକ୍ଷା ହୋଇନଥିଲା ।

ଆରଏମଆରସିରେ ୧୨ ଶହ ୩୪ଟି ନମୂନା ପରୀକ୍ଷା ହୋଇଛି । ଏମ୍ସରେ ୭୭ଟି , ଏସସିବିରେ ୩୭୮ . ଏମକେସିଜିରେ ୪୧ , ଭୀମସାରରେ ୩୩, ଆଇଏଲଏସରେ ୧୯୨, ରାଉରକେଲା ଆଇଜିଏଚରେ ୫୧ଟି ଓ ଆପୋଲୋରେ ୨୧ଟି ନମୂନା ପରୀକ୍ଷା ହୋଇଛି । ଗୋଟିଏ ସ୍ୱାବ ଟେଷ୍ଟ ପାଇଁ ଖର୍ଚ୍ଚ ହେଉଛି ୪ ହଜାର ୫ ଶହ ଟଙ୍କା । ରାପିଡ୍ ଆଂଟିବଡି ପରୀକ୍ଷା ପାଇଁ ଖର୍ଚ୍ଚ ହେଉଛି ୩ ଶହ ଟଙ୍କା ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତା’ତଳକୁ ଭଦ୍ରକରେ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ୮ଜଣ ଯାଜପୁରରେ ୭ ଜଣ ଓ ସୁନ୍ଦରଗଡରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ କଳାହାଣ୍ଡିରେ ୨ ଜଣ ଲେଖାଁଏ, କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ଜଣ ସୁସ୍ଥ ହୋଇଛନ୍ତି ।