ଜିଲ୍ଲାପାଳଙ୍କ ରିୟଲିଟି ଚେକ୍ : ରାତି ଅଧରେ ବାଇକରେ ଆସି ଛତ୍ରପୁର ସହରର ସ୍ୱଚ୍ଚତା ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ,ଦୋକାନ ସମ୍ମୁଖରେ ଅପରିଷ୍କାର ଥିବା ଦୋକାନୀଙ୍କଠୁ ଆଦାୟ ହେଲା ଜୋରିମାନା
କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ରିୟଲିଟି ଚେକ୍ । ରାତି ଅଧରେ ବାଇକରେ ଆସି ଛତ୍ରପୁର ସହରର ସ୍ୱଚ୍ଚତା ଓ ପରିମଳ ତଦାରଖ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ନିଜ ବାସଭବନରୁ ଜିଲ୍ଲାପାଳ ଏକ ବୁଲେଟରେ ବାହାରି ବସଷ୍ଟାଣ୍ଡ,ମୁଖ୍ୟବଜାର, ରିକାପଲ୍ଲୀ ଓ ଲୋୟର ବସଷ୍ଟାଣ୍ଡ ବୁଲିଥିଲେ । ମୁଖ୍ୟ ବଜାର କାରିଣୀ ସାହି ଛକ ନିକଟରେ ଏକ ଦୋକାନ ସମ୍ମୁଖରେ ଅପରିଷ୍କାର ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନଏସି ପକ୍ଷରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଜ ଘରକୁ ଯେପରି ସଫା ରଖୁଛ ଦୋକାନ ସମ୍ମୁଖକୁ ମଧ୍ୟ ସେପରି ସ୍ୱଚ୍ଚ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଛତ୍ରପୁର ଠାକୁରାଣୀ ମନ୍ଦିର ରୋଡ ଓ ବଡ ବଜାରର କେତେକ ଦୋକାନକୁ ଯାଇ ମଧ୍ୟ ସ୍ୱଚ୍ଚତା ତଦାରଖ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ ।