ଆରବିଆଇ ଓ ସରକାରଙ୍କ ମଧ୍ୟରେ ବଢ଼ୁଛି ବିବାଦ : ଇସ୍ତଫା ଦେଇପାରନ୍ତି ଗଭର୍ଣ୍ଣର ଉର୍ଜିତ ପଟେଲ୍

Advertisment
ଆରବିଆଇ ଓ ସରକାରଙ୍କ ମଧ୍ୟରେ ବଢ଼ୁଛି ବିବାଦ : ଇସ୍ତଫା ଦେଇପାରନ୍ତି ଗଭର୍ଣ୍ଣର ଉର୍ଜିତ ପଟେଲ୍

source-http://images.financialexpress.com

କନକ ବ୍ୟୁରୋ : ଭାରତର ରିଜର୍ଭ ବ୍ୟାଙ୍କ୍ ଏବଂ ସରକାରଙ୍କ ମଧ୍ୟରେ ବଢ଼ୁଥିବା ବିବାଦ କାରଣରୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଇସ୍ତଫା ଦେଇପାରନ୍ତି । ଆରବିଆଇ ଓ ସରକାରଙ୍କ ମଧ୍ୟରେ ଟଙ୍କା ଓ ବଣ୍ଡ୍ ବିକ୍ରୟ ନେଇ ମତାନ୍ତର ହୋଇଛି ।  ତେବେ ଏ ବାବଦରେ କୌଣସି ବିବୃତି ଦେବାକୁ ରିଜର୍ଭ ବ୍ୟାଙ୍କ୍ ଏବଂ ଅର୍ଥ ମନ୍ତ୍ରାଳୟ ମନା କରି ଦେଇଛନ୍ତି । ଜନସ୍ୱାର୍ଥ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣରଙ୍କୁ ନିର୍ଦେଶ ଜାରି କରିବା ନିମନ୍ତେ ସରକାର କେବେ ବ୍ୟବହାର କରି ନଥିବା ଆରବିଆଇ ଆକ୍ଟରେ ଥିବା କ୍ଷମତା ବ୍ୟବହାର କରିଛନ୍ତି ବୋଲି ମଧ୍ୟ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା ।
urjit patel
ଅନାଦେୟ ଋଣ ସଙ୍କଟ ନିମନ୍ତେ ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଉପରେ ଦୋଷାରୋପ କରି କହିଲେ ଯେ କେନ୍ଦ୍ରୀୟ ବ୍ୟାଙ୍କ୍ ଯଥେଷ୍ଟ ଉଦ୍ୟମ କରୁ ନାହିଁ ।  ସେ କହିଲେ ଯେ ୨୦୦୮ ବିଶ୍ୱ ଆର୍ଥିକ ସଂକଟ ପରେ ଅର୍ଥନୀତିକୁ କୃତ୍ରିମ ଭାବେ ଚଳାଇବାକୁ ବ୍ୟାଙ୍କ୍ ସମୂହ ନିର୍ବିଚାରରେ ଋଣ ଦେଇ ଚାଲିଥିଲେ ଯାହା ୨୦୧୪ରେ ଯାଇ ଶେଷ ହେଲା । ମଙ୍ଗଳବାର ଦିନ ଲିକ୍ୟୁଡିଟି ସଙ୍କଟ ସଂକ୍ରାନ୍ତରେ ଆଲୋଚନା କରିବାକୁ ଅର୍ଥମନ୍ତ୍ରୀ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ ‘ଫାଇନାନ୍ସିଆଲ୍ ଷ୍ଟାବିଲିଟି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ କାଉନ୍ସିଲ୍’ ବୈଠକରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ, ଇନ୍ସ୍ୟୁରାନ୍ସ୍ ରେଗୁଲେଟରି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ ଅଥରିଟି ଏବଂ ପେନ୍ସନ୍ ରେଗୁଲେଟରି ଆଣ୍ଡ୍ ଡିଭେଲପ୍ମେଣ୍ଟ୍ ଅଥରିଟି ଆଦି ରେଗୁଲେଟରି ଅଥରିଟିଙ୍କ ସହ ପଟେଲ୍ ଯୋଗ ଦେଇଥିଲେ । କିନ୍ତୁ, ଏହି ବୈଠକରେ ଇସ୍ତଫା ପ୍ରସଙ୍ଗରେ ପଟେଲ୍ କିଛି କହି ନଥିଲେ । ଶୁକ୍ରବାର ଦିନ ପଟେ ଏବଂ ଡେପୁଟି ଗଭର୍ଣ୍ଣରମାନେ ଅର୍ଥମନ୍ତ୍ରାଳୟକୁ ଭେଟିବେ ବୋଲି ଆଶା କରାଯାଉଛି ।
publive-image
ଆରବିଆଇ-କେନ୍ଦ୍ର ବିବାଦର ପୂରା କାହାଣୀ :
୧. ପେମେଂଟ୍ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଅଲଗା ରେଗୁଲେଟରି ଅଥରିଟି ଉପରେ ଗୁରୁତ୍ୱ ଦେବା ବେଳେ ଏହାକୁ ଆରବିଆଇ କ୍ଷମତାହ୍ରାସ ମନେ କରୁଛି  ।
୨. ଆରଏସଏସର ସହଯୋଗୀ ସ୍ୱଦେଶୀ ଜାଗରଣ ମଂଚର ଚାପ ପରେ ବୋର୍ଡରୁ ନଚିକେତ ମୋରଙ୍କୁ ହଟାଯିବା ଘଟଣାରେ କେନ୍ଦ୍ର ଉପରେ ଖପ୍ପା ଥିଲା ଆରବିଆଇ  ।
୩. ନୀରବ ମୋଦି ଠକେଇ ମାମଲାରେ ତଦାରଖକାରୀ ହୋଇଥିବାରୁ ଆରବିଆଉ ଉପରେ ଦୋଷ ଲଦିଥିଲେ କେନ୍ଦ୍ର ସରକାର ଓ ଏହା ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଥିଲା  ।
୪. ବୃଦ୍ଧିପାଉଥିବା ଏନପିଏ ମାମଲାରେ ମଧ୍ୟ କେନ୍ଦ୍ର ଉପରେ କ୍ଷୁବଧ ଥିଲା ଆରବିଆଇ  ।
୫. ସୁଧଦର ହ୍ରାସ ଘଟଣାରେ କେନ୍ଦ୍ର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲା ଆରବିଆଇ  ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe