ବିଦେଶୀନି ନର୍ଗିସ ଆସ୍ଥାରୀ ନିର୍ଦ୍ଧୋଷ ! ରାୟଗଡା ନାବାଳକ ନିଖୋଜ ମାମଲାରେ ଦୋଷ ମୁକ୍ତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ

28

କନକ ବ୍ୟୁରୋ : ନର୍ଗିସ ନିର୍ଦ୍ଦୋଷ । ରାୟଗଡାରେ ନାବାଳକ ନିଖୋଜ ମାମଲାରେ ଇରାନୀ ସ୍ୱେଚ୍ଛାସେବୀ ନର୍ଗିସ ଆସ୍ଥାରୀଙ୍କ ଦୋଷମୁକ୍ତ କରିଛନ୍ତି କୋର୍ଟ । ଆଜି ମାମଲାର ରାୟ ପ୍ରକାଶ କରି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ ନର୍ଗିସଙ୍କୁ ଦୋଷମୁକ୍ତ କରିଛନ୍ତି । ପୂର୍ବରୁ ରାୟଗଡା ଏସଡିଜେଏମ କୋର୍ଟ ୧ବର୍ଷ ପାଇଁ ଜେଲଦଣ୍ଡ ସହ ୩ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନଦୀରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଥିଲେ ନାବାଳକ । ଏହି ମାମଲାରେ ଅବହେଳା ଯୋଗୁଁ ନର୍ଗିସକୁ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ ।