ରତ୍ନଭଣ୍ଡାରକୁ ପ୍ରବେଶ ସମୟରେ ଅଘଟଣ ! ଝୁଂଟି ପଡ଼ିଲେ କୋର କମିଟି ସଦସ୍ୟ ଜିସି ମିତ୍ର

Advertisment
ରତ୍ନଭଣ୍ଡାରକୁ ପ୍ରବେଶ ସମୟରେ ଅଘଟଣ ! ଝୁଂଟି ପଡ଼ିଲେ କୋର କମିଟି ସଦସ୍ୟ ଜିସି ମିତ୍ର

image courtesy-https://www.google.co.in

କନକ ବ୍ୟୁରୋ : ରତ୍ନଭଣ୍ଡାରକୁ ପ୍ରବେଶ କରୁ କରୁ ଅଘଟଣ । ରତ୍ନଭଣ୍ଡାରକୁ ପ୍ରବେଶ ସମୟରେ ବେଳେ ଜଣେ କୋର କମିଟି ସଦସ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ କୋର କମିଟି ସଦସ୍ୟ ଜିସି ମିତ୍ର ଆହତ ଝୁଂଟି ପଡ଼ି ଆହତ ହୋଇଛନ୍ତି । ଫଳରେ ଭିତରକୁ ନଯାଇ ସେ ଫେରିଆସିଛନ୍ତି ।

ସୂଚନାଯୋଗ୍ୟ ରତ୍ନଭଣ୍ଡାର ଭିତରକୁ ଯାଂଚ କମିଟି ସଦସ୍ୟ କେବଳ ଗାମୁଛା ପିନ୍ଧିଯାଇଥିଲେ । ସମସ୍ତ ସଦସ୍ୟମାନେ ଚଷମା ବ୍ୟବହାର କରି ରତ୍ନଭଣ୍ଡାରକୁ ପ୍ରବେଶ କଲେ । ବୈଦୁତିକ କିମ୍ବା ଧାତବ ଉପକରଣ ବିନା ରତ୍ନଭଣ୍ଡାରକୁ ପ୍ରଶେ କରିଥିଲେ ସମସ୍ତେ। ଏପରିକି ପିନ୍ଧିଥିବା ଚେନ୍ କିମ୍ବା ମୁଦି ମଧ୍ୟ ଖୋଲି ଯାଇଥିଲେ ।

ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି । ସେହିପରି ପୁରୀ ଜିଲ୍ଲାପାଳ ଓ ହାଇକୋର୍ଟଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ୱ ବିଭାଗ-ଏଏସଆଇର ୩ଜଣ , କୋର କମିଟିର ୨ଜଣ ସଦସ୍ୟ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ, ଭଣ୍ଡାର ମେକାପ ଗଣେଶ ମେକାପ, ଦେଉଳିକରଣ ଚନ୍ଦ୍ରଶେଖର ମଙ୍ଗରାଜ, ତଢାଉକରଣ ହିମାଂଶୁ ପଟ୍ଟନାୟକ, ଗଜପତି ମହାରାଜଙ୍କ ପ୍ରତିନିଧି ଅମୀୟ ମହାନ୍ତିଙ୍କ ସହ ରତ୍ନଭଣ୍ଡାର ସବକମିଟିର ୨ଜଣ ସଦସ୍ୟ ମଧ୍ୟ ରତ୍ନଭଣ୍ଡାରକୁ ଯିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଥିଲା ମାତ୍ର ଗାମୁଛା ନପିନ୍ଧିଥିବାରୁ ପୁରୀ ଏସପିଙ୍କୁ ଏଥିରୁ ବାଦ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe