ଶେଷ ହେଲା ସମନ୍ୱୟ କମିଟି ବୈଠକ : ଫୋକସରେ ଶୃଙ୍ଖଳିତ ଘୋଷଯାତ୍ରା

Advertisment
ଶେଷ ହେଲା ସମନ୍ୱୟ କମିଟି ବୈଠକ : ଫୋକସରେ ଶୃଙ୍ଖଳିତ ଘୋଷଯାତ୍ରା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ନେଇ ଆଜି ପୁରୀରେ ଚାଲିଥିବା ବୈଠକ ଶେଷ ହେଇଛି । ଆଇନମନ୍ତ୍ରୀ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୦ ବିଭାଗର ମନ୍ତ୍ରୀ ସାମିଲ ହୋଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁରୁଖୁରୁରେ ସାରିବା, ଆଇନଶୃଂଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଆଲୋଚନା ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ ପୂର୍ବରୁ ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ଅରୁଣ ସାହୁ । ବିଭାଗୀୟ ଅଧିକାରୀଙ୍କୁ ଏହି ନିର୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ।

ଏହା ସହ ରଥଯାତ୍ରା ପାଇଁ ପୁରୀରେ ତୃତୀୟ ସମନ୍ୱୟ କମିଟି ବୈଠକ : ସୁରୁଖୁରୁରେ ଘୋଷଯାତ୍ରା ସମ୍ପନ୍ନ ନେଇ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe