ରଥଯାତ୍ରା ପାଇଁ ପୁରୀରେ ତୃତୀୟ ସମନ୍ୱୟ କମିଟି ବୈଠକ : ସୁରୁଖୁରୁରେ ଘୋଷଯାତ୍ରା ସମ୍ପନ୍ନ ନେଇ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା

25

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରଥଯାତ୍ରା ପାଇଁ ପୁରୀରେ ଚାଲିଛି ତୃତୀୟ ସମନ୍ୱୟ କମିଟି ବୈଠକ । ସୁରୁଖୁରୁରେ ଘୋଷଯାତ୍ରା ସମ୍ପନ୍ନ ନେଇ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେଉଛି । ଏହି ବୈଠକରେ ୧୦ ବିଭାଗର ମନ୍ତ୍ରୀ ସାମିଲ ହୋଇଛନ୍ତି । ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁରୁଖୁରୁରେ ସାରିବା, ଆଇନଶୃଂଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଆଲୋଚନା ଚାଲିଛି ।