ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବଡ଼ଠାକୁର : ସିଂହଦ୍ୱାରରେ ପ୍ରସ୍ତୁତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ

50

ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ ସିଂହଦ୍ୱାରରେ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଅପେକ୍ଷା କରିଛନ୍ତି । ପ୍ରଭୁଙ୍କର ଟିକିଏ ସ୍ପର୍ଶ ମିଳିଗଲେ, ସେମାନେ ଦେବତା ହୋଇଯିବେ । ଲକ୍ଷ ଲକ୍ଷ ଭକ୍ତ ଆଜିଠାରୁ ରୁଣ୍ଡ ହୋଇଗଲେଣି ଶ୍ରୀକ୍ଷେତ୍ରରେ । ଚତୁର୍ଧାମୂର୍ତ୍ତିଙ୍କୁ ରଥରେ ଟିକିଏ ଆଖି ପୂରାଇ ଦେଖିବେ ବୋଲି ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ବିଶ୍ୱାସ ଅଛି, ଶ୍ରୀ ବିଗ୍ରହଙ୍କୁ ବାମନ ରୂପରେ ଦର୍ଶନ ଦ୍ୱାରା ପୁନର୍ଜନ୍ମରୁ ମୁକ୍ତି ମିଳିବ । ସମସ୍ତଙ୍କର ସେହି ମୁହୂର୍ତକୁ ଅପେକ୍ଷା, କେତେବେଳେ ବାଜିବ ବିଜେ କାହାଳି। ଆରମ୍ଭ ହେବ, ମହାପ୍ରଭୁଙ୍କ ନବ ଦିନାତ୍ମକ ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।

ଆଜି ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଭକ୍ତ ଓ ଭଗବାନଙ୍କ ଏଭଳି ଦୁର୍ଲଭ ମିଳନ ପାଇଁ ଗତକାଲିଠାରୁ ନିଜେ ମହାପ୍ରଭୁ ସ୍ୱୟଂ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦଇତାପତି ସେନାପଟା କାର୍ଯ୍ୟ ଆରମ୍ଭ କରି ସାରିଲେଣି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ପ୍ରସ୍ତୁତ ହୋଇ ରହିଛନ୍ତି । ସେପଟେ ପ୍ରଶାସନ ବି ଶୃଙ୍ଖଳାର ସହିତ ରଥଯାତ୍ରାର ସମାପନ ପାଇଁ କସରତ ଚଳାଇଛି । ପୁଲିସ ଛାଉଣି ଭିତରେ ପୁରୀ ସହରକୁ ଘେରି ଦିଆଯାଇଛି ।

ମହାପ୍ରଭୁଙ୍କ ଟାହିଆ ସୁରକ୍ଷିତ ରଖିବା, ଶ୍ରୀଜିଉଙ୍କୁ ସ୍ପର୍ଶ ନକରିବା ଓ ରଥ ଉପରକୁ ଚଢିବା କଟକଣା ବଳବତ୍ତର ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ଅପରାହ୍ନ ପ୍ରାୟ ୧ଟା ସମୟରେ ଟାରେ ତିନି ରଥରେ ମହାପ୍ରଭୁଙ୍କ ଲାଗି ଆଜ୍ଞାମାଳ ବିଜେ କରାଯାଇଥିଲା । ପରେ ସିଂହଦ୍ଵାର ରଥଚକଡ଼ାକୁ ବିଜେ କରିଥିଲେ ତିନି ରଥ ।