ପୁଣି ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଲା : ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ମେ ୧୭ ଯାଏଁ ବଢିବା ପରେ ରଥଯାତ୍ରାକୁ ନେଇ ଅନିଶ୍ଚିତତା, ବରିଷ୍ଠ ସେବାୟତ କହିଲେ ଗ୍ରୀନ୍ ଜୋନରେ ପୁରୀ ଥିବାରୁ ରଥନିର୍ମାଣ ପାଇଁ ଅନୁମତି ଦିଅନ୍ତୁ ସରକାର

504

କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ । ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ଡେଇଁଲାଣି । କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ତୃତୀୟ ଥର ବୃଦ୍ଧି ଘୋଷଣା କରିଛନ୍ତି ।

ତେବେ ଏପରି ସସୟରେ ପୁରୀରେ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢାଇଲା ଲକଡାଉନ୍ ବୃଦ୍ଧି । ଦେଶରେ ମେ ୧୭ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହୋଇଛି । ତେବେ ମେ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ରଥ ଯାତ୍ରା ସମ୍ପର୍କରେ ନିଷ୍ପତି ସମ୍ପର୍କରେ ନିଷ୍ପତି କରିବାକୁ ଆଗରୁ ସୂଚନା ଦେଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏବେ ଲକଡାଉନ ଅବଧି ପୁଣି ବଢିଛି । ରଥନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । ତେଣୁ ଜୁନ୍ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ହେବ କି ନାହିଁ ତାକୁ ନେଇ ପରିଚାଳନା କମିଟିର ଆଗାମୀ ନିଷ୍ପତିକୁ ଅପେକ୍ଷା କରାଯାଇଛି ।