ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଆୟୋଜନ ନେଇ ପୁନର୍ବିଚାର ଆବେଦନର ହେବ ଶୁଶାଣି । ପୂର୍ବାହ୍ନ ୧୧ଟାରେ ୩ ନମ୍ବର ଭର୍ଚୁଆଲ କୋର୍ଟରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ରଥଯାତ୍ରା ବନ୍ଦ କରିବାକୁ ଦେଇଥିବା ରାୟର ପୁନର୍ବିଚାର କରିବାକୁ ହୋଇଛି ୨୦ଟି ଆବେଦନ ।

257
କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ? ବଡଦାଣ୍ଡରେ ରଥ ଗଡିବ ନା ନାହିଁ? ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗତ ୪ ଦିନ ହେଲା ସାଢେ ଚାରିକୋଟି ଓଡିଆ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀ ଏହି ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏହି ଦ୍ୱନ୍ଦ୍ୱ ଆଜି ଦୂର ହେବ । ରଥଯାତ୍ରା ଆୟୋଜନ ନେଇ ହୋଇଥିବା ରିଭ୍ୟୁ ପିଟିସନର ଆଜିି ଶୁଣାଣି କରିବେ ସୁପ୍ରିମକୋର୍ଟ । ପୂର୍ବାହ୍ନ ୧୧ଟାରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ୩ ନମ୍ବର ଭର୍ଚୁଆଲ୍ କୋର୍ଟରେ ଜଷ୍ଟିର ଏସ. ରବିନ୍ଦ୍ର ଭଟ୍ଟ, ଭିଡିଓ କନଫରେସନ୍ ଜରିଆରେ ରାୟର ପୁନଃବିଚାର ମାମଲାର ଶୁଣାଣି କରିବେ । ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ସୁପ୍ରିମକୋର୍ଟରେ ପହଂଚିଛି ପୁନର୍ବିଚାର ପାଇଁ ୨୦ରୁ ଅଧିକ ମାମଲା ।  ଗୁରୁବାର ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ଆସିବା ପରେ ଏବଂ ୪ ଦିନ ଭିତରେ ୨୦ରୁ ଅଧିକ ରିଭ୍ୟୁପିିଟିସନ୍ ଦାଖଲ ହୋଇଛି ।
ସୁପ୍ରିମକୋର୍ଟରେ ହୋଇଥିବା ପୁନର୍ବିଚାର ଆବେଦନର ଶୁଣାଣିବେଳେ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବେ । ଗଜପତି ମହାରାଜା ରଥଯାତ୍ରାକୁ ନେଇ ଯେଉଁ ଅନୁରୋଧ କରିଛନ୍ତି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇନଗତ ପଦକ୍ଷେପ ନେବେ । ଏଥିସହ, ୧୮ ତାରିଖର ଶୁଣାଣିବେଳେ କଣ ଘଟିିଥିଲା ସେ ନେଇ ସ୍ପଷ୍ଟିକରଣ ରଖିଛି ରାଜ୍ୟ ଆଇନ ବିଭାଗ । ଲକ୍ଷାଧିକ ଭକ୍ତ ସମାଗମ ନେଇ ଆପାତତଃ ଶୁଣାଣି ହୋଇଥିବା ନେଇ ଉଲେଖ କରାଯାଇଛି । ସୁପ୍ରିମକୋର୍ଟରେ ଯେଉଁ ମାମଲା ଦାୟର ହୋଇଥିଲା, ସେଥିରେ ଦର୍ଶା ଯାଇଥିଲା ରଥଯାତ୍ରାବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ବର୍ତମାନର ପ୍ରଶ୍ନ ହେଉଛି , ରଥଯାତ୍ରା ହେବ କି ନାହିଁ? ଯଦି ରଥଯାତ୍ରା ହେବ କଟକଣା ସହ ହୋଇ ପାରିବ କି?  । ୧୮ ତାରିଖର ଶୁଣାଣିବେଳେ ଯେଉଁ ଦିଗକୁ ଗୁରୁତ୍ୱ ଦେଇଥିଲେ ସେଦିଟି ହେଉଛି ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ । ରାଜ୍ୟ ସରକାରଙ୍କ ମତ ହେଉଛି ପ୍ରାୟ ପାଂଚ ଲକ୍ଷ ପ୍ରବାସୀ ଓଡିଆ ଓଡିଶାକୁ ଫେରିଛନ୍ତି । ସେମାନଙ୍କ କ୍ୱାରେଂଟିନ ଅବଧି ଜୁନ୍ ମାସ ଶେଷ ସୁଦ୍ଧା ଶେଷ ହୋଇଯିବ । ଅପରପକ୍ଷରେ ଓଡିଶାରେ ପଂଚାୟତ ସ୍ତରରୁ ରଥଯାତ୍ରା ଆୟୋଜନ ହୁଏ । ହଜାର ହଜାର ରଥଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ ।  ଏଭଳି ସ୍ଥିତିରେ ମୌସୁମୀ ଆସୁଛି ଓ ସଂକ୍ରମଣର ଆଶଙ୍କା ବଢ଼ୁଛି । ଏଣୁ ଜନସମାବେଶ ବିପଦପୂର୍ଣ୍ଣ ହୋଇପାରେ ।
ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଆଜି ରଥକୁ ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି ନିଘଂଟ ନିର୍ଦ୍ଧାରିତ ହୋଇସାରିଛି । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-ଯଥା ରୀତିରେ ଆଜି ଆଜ୍ଞାମାଳ ଆସିବ । ଆଜ୍ଞାମାଳ ଆସିବାରେ ସୁପ୍ରିମକୋର୍ଟଙ୍କ ରାୟ ସହ କୌଣସି ସମ୍ପର୍କ ନାହିଁ । ଆଉ ଏଥିପାଇଁ ନୀତିନିଘଂଟ ସ୍ଥିର ହୋଇଛି । ସେ ଆହୁରୀ କହିଛନ୍ତି- ରାଜ୍ୟ  ସରକାର ଚାହିଁଲେ ଅଡିନାନ୍ସ ଆଣି ରଥଯାତ୍ରା କରିପାରିବେ । ବଡ଼ କଥା ହେଉଛି ଦାସମହାପାତ୍ର କହିଛନ୍ତି, ଯଦି ଆଜ୍ଞାମାଳ ନଆସେ ତାହେଲେ ରଥଯାତ୍ରା ବନ୍ଦ ବୋଲି ଜାଣିବେ । ଏଥିସହ ବିନା ଭକ୍ତରେ ରଥଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ସେବାୟତ ।
ଏପଟେ ଅସହଯୋଗର ଚେତାବନୀ ଦେଇଛି ଦଇତାପତି ନିଯୋଗ । ରଥଯାତ୍ରା ପାଇଁ କୌଣସି ଶାସ୍ତ୍ରୀୟ ପରମ୍ପରା ବିରୋଧ କାର୍ଯ୍ୟରେ ଦଇତାପତି ନିଯୋଗର ସହମତି ରହିବ ନାହିଁ ବୋଲି ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି । କୋଭିଡ୍ ନିୟମାବଳୀ ଅନୁସାରେ କରାଇବା ପାଇଁ ଦଇତାପତି ନିଯୋଗର ସମସ୍ତ ସଦସ୍ୟ ପ୍ରତିଶୃତିବଦ୍ଧ ବୋଲି ଏଥିରେ କୁହାଯାଇଛି ।