ଟ୍ୱିଟରରେ ଟ୍ରେଣ୍ଡ କଲା #ରଥଯାତ୍ରା : ସୋସିଆଲ ମିଡ଼ିଆରେ ଛୁଟିଲା ଅଭିନନ୍ଦନର ସୁଅ
କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ମହାପ୍ରଭୁଙ୍କ ରଥରେ ଦର୍ଶନ କରିବା ପାଇଁ ଭକ୍ତ ଅନେଇ ବସିଛନ୍ତି । କେତେବେଳେ ରଥରେ ବସିବେ ମହାପ୍ରଭୁ, ଆଉ ତିନି ଠାକୁରଙ୍କୁ ରଥରେ ଦେଖି ମୋକ୍ଷ ପାଇବେ ଭକ୍ତ । ଏମିତି ଅନେକ ଆବେଗରେ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଦେଖିବା ପାଇଁ ମିଳୁଛି । ଆଜି ମହାପ୍ରଭୁଙ୍କ ପବିତ୍ର ଯାତ୍ରା ଉପଲକ୍ଷେ ଟ୍ୱିଟରରେ ଟ୍ରେଣ୍ଡ କରୁଛି #ରଥଯାତ୍ରା । ତେବେ #ରଥଯାତ୍ରା ଟ୍ରେଣ୍ଡ କରିବା ସହ #ରଥୟାତ୍ରା ମଧ୍ୟ ଟ୍ରେଣ୍ଡ କରୁଛି । ଏନେଇ କନକ ନ୍ୟୁଜ ତରଫରୁ ଅପିଲ କରାଯାଉଛି #ରଥୟାତ୍ରା ପରିବର୍ତ୍ତେ #ରଥଯାତ୍ରା ଲେଖନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋସିଆଲ ମିଡ଼ିଆରେ ଛୁଟିଛି ଅଭିନନନ୍ଦନର ସୁଅ । ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କ ଏହି ଯାତ୍ରା ଯୋଗୁଁ ଭିନ୍ନ ପରମ୍ପରା,ବିଶ୍ୱାସ ତଥା ଆସ୍ଥା ସତ୍ୱେ ଲୋକଙ୍କ ମଧ୍ୟରେ ଏକତାକୁ ବୃଦ୍ଧି କରୁଛି ବା ଲୋକଙ୍କୁ ଏକାଠି ବାନ୍ଧି ରଖିବାରେ ସାହାଯ୍ୟ କରୁଛି ।
#RathaJatra is not just a festival, it is a staunch reminder of the customs, beliefs, faith and the divine which binds us together.
Jai Jagannath! pic.twitter.com/6uLAGGRjtc
— Dharmendra Pradhan (@dpradhanbjp) July 14, 2018
ଅନ୍ୟପଟେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଗୋଟିଏ ବିକାଶଶୀଳ ଦେଶ ଓ ଭଲ ସମାଜ ପାଇଁ ଭଗବାନଙ୍କ ଠାରେ ସେ ପ୍ରାର୍ଥନା ଜଣାଇଛନ୍ତି ।
I send my greetings to all the devotees for the auspicious #RathYatra. May the blessings of Lord Jagannath be with us as we move towards building a better society and a progressive country. जय जगन्नाथ 🙏🏻 pic.twitter.com/6hLiaoOTgL
— Rajyavardhan Rathore (@Ra_THORe) July 14, 2018
ବାଲୁକାକଳା ମାଧ୍ୟମରେ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ସମସ୍ତଙ୍କ ଖୁସି ପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।
#JaiJagannath Wishing you all Happy #RathYatra . May Lord bless all . My SandArt at #Puri Beach in Odisha 🙏 pic.twitter.com/rZOi0rR2ff
— Sudarsan Pattnaik (@sudarsansand) July 14, 2018
ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ତଥା ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Greetings to all on the holy #RathYatra May Lord Jagannath bless us with peace, harmony and prosperity. #JaiJagannath pic.twitter.com/w654reFCyp
— Pranab Prakash Das (@pranabpdas) July 14, 2018
ଅନ୍ୟପଟେ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।
May #LordJagannath bless you all with peace & prosperity. #RathYatra @KapilSibal @INCIndia pic.twitter.com/VgKkVQgwf4
— Kapil Sibal-Team 💿 (@KapilSibalteam) July 14, 2018
କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପବିତ୍ର ରଥଯାତ୍ରା ଉପଲକ୍ଷେ ଟ୍ୱିଟରରେ ସମସ୍ତଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ସଫଳତା, ଖୁସି ପାଇଁ ଜଗନ୍ନାଥଙ୍କ ପାଖରେ ସେ ଗୁହାରି କରିଛନ୍ତି ।
On this auspicious #RathaJatra may the lord of the universe #Jagannath bless us all for success, progress & happiness. Here’s my video message on the occasion (in Odia) 🙏🙏🙏 pic.twitter.com/u4Uo5NBSZc
— Baijayant Jay Panda (@PandaJay) July 14, 2018