କନକ ବ୍ୟୁରୋ : ଆସନ୍ତାକାଲି ପବିତ୍ର ରଥ ଯାତ୍ରା । ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ ଜଗନ୍ନାଥ । ଏହା ପୂର୍ବରୁ ତିନି ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ୩ ରଥ ।
ଆଜ୍ଞାମାଳ ବିଜେ ପରେ ପରମ୍ପରା ମୁତାବକ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖ ଚକଡାକୁ ନିଆଯାଇଥାଏ । ଏହା ପରେ ତିନି ରଥକୁ ଉତରମୁହାଁ କରି ରଖାଯିବ । ରାତି ୯ଟାରେ ବଡସିଂହାର ଭୋଗ ଓ ରାତି ସାଢ଼େ ୯ଟାରେ ପହୁଡ ଆଳତି ହେବ ।
ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ପରେ ରାତି ୧୦ଟା ୪୫ରେ ବାହୁଟ କଂଟ ନୀତି ଅନୁଷ୍ଠିତ ହେବ । ତାପରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ତିନି ଠାକୁର ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ।ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୦ ହଜାର ଫୋର୍ସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Screen-Shot-2019-07-03-at-1.41.13-PM.png)
/kanak/media/post_attachments/wp-content/uploads/2019/07/Screen-Shot-2019-07-03-at-1.37.02-PM-300x226.png)
/kanak/media/post_attachments/wp-content/uploads/2019/07/Screen-Shot-2019-07-03-at-1.37.34-PM-300x225.png)