କନକ ବ୍ୟୁରୋ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରିଚାଳନା ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି ବୌଦ୍ଧର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଢେଙ୍କାନାଳ ଏଡିଏମ୍ ଅବନୀକାନ୍ତ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶୁଭକାନ୍ତ ମହାପାତ୍ର । ପ୍ରଥମ ପର୍ୟ୍ୟାୟରେ ଆସନ୍ତା ୧୨ ରୁ ୧୫ ତାରିଖ ପର୍ୟ୍ୟନ୍ତ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୨୦ରୁ ୨୩ ତାରିଖ ପର୍ୟ୍ୟନ୍ତ ସେମାନେ ପୁରୀରେ ଦାୟିତ୍ୱ ନିର୍ବାହ କରିବେ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

Advertisment

niladribije

ସେପଟେ ଆଜିପୁରୀରେଆସିପହଞ୍ଚିଛନ୍ତିରାଜ୍ୟପାଳପ୍ରଫେସରଗଣେଶୀଲାଲ ।ଆସନ୍ତାକାଲିସେପୁରୀଗୋବର୍ଦ୍ଧନପୀଠରଜଗତଗୁରୁଶଙ୍କରାଚାର୍ଯ୍ୟନିଶ୍ଚଳାନନ୍ଦସରସ୍ୱତୀଙ୍କୁଭେଟିବାରକାର୍ଯ୍ୟକ୍ରମରହିଛି ।ରାଜ୍ୟପାଳମଠକୁଆସିଜଗତଗୁରୁଶଙ୍କରାଚାର୍ଯ୍ୟଙ୍କୁସୌଜନ୍ୟମୂଳକସାକ୍ଷାତକରିବେ ।ବଦ୍ରିନାଥଗସ୍ତରେଥିବାଶଙ୍କରାଚାର୍ଯ୍ୟଆସନ୍ତାକାଲିପୁରୀରେପହଞ୍ଚିବାପରେରାଜ୍ୟପାଳଙ୍କସହିତସାକ୍ଷାତଆଲୋଚନାକାର୍ଯ୍ୟକ୍ରମଧାର୍ଯ୍ୟହୋଇଥିବାଶଙ୍କରାଚାର୍ଯ୍ୟଙ୍କମୁଖପାତ୍ରମନୋଜକୁମାରରଥସୂଚନାଦେଇଛନ୍ତି ।ଆସନ୍ତାକାଲିକେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନମଧ୍ୟଶଙ୍କରାଚାର୍ଯ୍ୟଙ୍କୁଭେଟିବାରକାର୍ଯ୍ୟକ୍ରମରହିଛି ।ରାଜ୍ୟପାଳଆଜିଠାରୁପୁରୀରାଜଭବନରେରଥଯାତ୍ରାପର୍ଯ୍ୟନ୍ତରହିବେ ।ତେବେରାଷ୍ଟ୍ରପତିକୋବିନ୍ଦଙ୍କଗସ୍ତପୂର୍ବରୁଯେଉଁରାଜଭବନକୁଅସୁରକ୍ଷିତଘୋଷଣାକରାଯାଇଥିଲାସେହିରାଜଭବନରେରାଜ୍ୟପାଳକିପରିରହିବେବୋଲିବିଭିନ୍ନମହଲରେପ୍ରଶ୍ନଉଠିଲାଣି ।