କନକ ବ୍ୟୁରୋ : କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ କୁମ୍ଭୀର ଗୋରୀ ଗାଏବ୍ । ସେହି କୁମ୍ଭୀର ପୁଣି ବିରଳ ପ୍ରଜାତିର ଧଳା କୁମ୍ଭୀର । ଗତବର୍ଷ କୃତିମ ଉପାୟରେ ଜନ୍ମ ନେଇଥିବା ମାତ୍ର ବର୍ଷକର କୁନି କୁମ୍ଭୀର ଭିତରକନିକାକୁ ଗାଏବ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ହେଲେ ଏତେ ବଡ ଖବର ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନାହିଁ । ଯାହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ ।

Advertisment

publive-image

ଗୋଟିଏ ବର୍ଷ ତଳେ କୃତ୍ରିମ ପ୍ରଜନନ ଜରିଆରେ ଯେଉଁ କୁନି ଧଳା କୁମ୍ଭୀରଟି ଜନ୍ମ ନେଇଥିଲା, ତାକୁ ନେଇ ଏବେ ବଢ଼ିବାରେ ଲାଗିଛି ସନ୍ଦେହ । କାରଣ ରାଜକନିକା ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ ଧଳା କୁମ୍ଭୀର ଶାବକଟି ଏବେ ଗାଏବ । ହେଲେ ଏ ସଂପର୍କରେ ଡିଏଫଓଙ୍କ ପାଖରେ ଖବର ବି ନାହିଁ ।

publive-image

ଭିତରକନିକାରେ ବର୍ତ୍ତମାନ କେବଳ ଗୋଟିଏ ଧଳା କୁମ୍ଭୀର ଥିବା ବେଳେ ଅତ୍ୟଧିକ ବୟସ କାରଣରୁ ତା’ର ପ୍ରଜନନ କ୍ଷମତା ନଥିବା କୁହାଯାଉଛି । ଏଭଳି ସ୍ଥିତିରେ ପୁଣି କୃତ୍ରିମ ଉପାୟରେ ଜନ୍ମ ନେଇଥିବା ଧଳା କୁମ୍ଭୀର ପତା ମିଳୁନି । ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଏହି ଭଳି ପ୍ରଶ୍ନ ଭିତରେ ଧଳା କୁମ୍ଭୀର ସୁରକ୍ଷା ନେଇ ଛିଡ଼ା ହୋଇଛି ବଡ ପ୍ରଶ୍ନବାଚୀ ।