ପୀଡ଼ିତାଙ୍କୁ ମିଳିଲା ନ୍ୟାୟ : ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ,ଅନୁଗୁଳ କାଙ୍ଗୁଲାରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଅଭିଯୁକ୍ତ

654

କନକ ବ୍ୟୁରୋ : ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ଅନୁଗୁଳ କାଙ୍ଗୁଲାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ଆଜି ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।  ଅଭିଯୁକ୍ତଙ୍କୁ ଅନୁଗୁଳ ଜିଲ୍ଲା ପୋଲିସ କୋଲକାତାର ନ୍ୟୁମାର୍କେଟ ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋକ୍ସୋ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିବା ବେଳେ ଝିଅଟିକୁ ରାସ୍ତାରେ ଉଠାଇନେଇଥିଲା ଦୋଷୀ ଅନାମ ଦେହୁରୀ । ନିକଟସ୍ଥ ବୁଦାରେ ଦୁଷ୍କର୍ମ ପରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ।

ଏହି କାଣ୍ଡ ଭିଆଇବା ପରେ ଭୟରେ ଅନୁଗୁଳ ଆସି ଢେଙ୍କାନାଳ ଜିଲ୍ଲା ପର୍ଜଂଗ ଆଡ଼କୁ ପଳାଇ ଯାଇଥିଲା ସେଠାରୁ ଏକ ଟ୍ରକ୍ ଯୋଗେ କୋଳକାତା ଚାଲିଯାଇଥିଲା । ଏହି ନାରକୀୟ କାଣ୍ଡକୁ କେନ୍ଦ୍ରକରି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ରାଜନୈତିକ ତଥା ଅଣରାଜନୈତିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆନ୍ଦୋଳନ କରାଯାଇଥିଲା ।  ପରିସ୍ଥିତି କ୍ରମଶଃ ଜଟିଳ ଆକାର ଧାରଣ କରୁଥିଲା ବେଳେ  ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ଥାନା ଆଇଆଇସି ରମେଶ ବିଶୋଇ ଓ ସ୍ପେସାଲ ସ୍କ୍ଵାର୍ଡ ଏସ୍ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ମଙ୍ଗଳବାର କୋଲକାତା ଯାଇଥିଲେ । ବହୁ ଖୋଜାଖୋଜି ପରେ ନ୍ୟୁ ମାର୍କେଟ ଅଂଚଳରୁ ଅଭିଯୁକ୍ତଙ୍କୁ ଧରିଥିଲେ ।