ବନ୍ଧାହେଲେ ନିମାପଡା ଥାନା ଡ୍ରାଇଭର ଗଙ୍ଗାଧର ରାଉତ : ଦୁଷ୍କର୍ମ ଅଭିଯୋଗରେ ଗିରଫ କଲା ସତ୍ୟବାଦୀ ଥାନା ପୁଲିସ,୨୦୧୮ରେ ପୀଡିତାଙ୍କ ଅଭିଯୋଗ ପରେ ହୋଇଥିଲେ ନିଲମ୍ବିତ 

864

କନକ ବ୍ୟୁରୋ : ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ନିମାପଡା ଥାନାର ଗାଡି ଡ୍ରାଇଭର । ପୁରୀ ଜିଲ୍ଳା ନିମାପଡା ଥାନାରେ କାର୍ଯ୍ୟରତ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ପାରିବାରିକ କଳହ ସମାଧାନର ପ୍ରତିଶ୍ରୁତି ଦେଇ ତାଙ୍କ  ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ  ପୀଡିତାଙ୍କୁ ବ୍ଲାକମେଲ ବି କରିଥିଲେ । ସତ୍ୟବାଦୀ ଥାନା ଜଇରାମପୁରର ଏହି ମହିଳା ଜଣକ ପାରିବାରିକ କଳହ ନେଇ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ଏହି ସମୟରେ ଆସିଷ୍ଟାଂଟ ଡ୍ରାଇଭର ଗଙ୍ଗାଧର ରାଉତ ତାଙ୍କୁ ସହଯୋଗର ହାତ ବଢାଇଥିଲେ ।

ବିଭିନ୍ନ ପ୍ରତିଶ୍ରୁତି ଦେଇ ଗଙ୍ଗାଧର ସଂପର୍କ ବଢାଇଥିଲେ । ଏହା ପରେ ସରଳତାର ସୁଯୋଗ ନେଇ ଗଙ୍ଗାଧର ତାଙ୍କୁ ଦୁଷ୍କର୍ମ କରିଥିଲେ । ୨୦୧୮ରେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ଗଙ୍ଗାଧରଙ୍କୁ ନିଲମ୍ବନ କରାଯାଇଥିଲା । ଏହା ପରେ ସେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ଜାମିନ ବି ମିଳିଥିଳା । ଏବେ ଘଟଣାର ସଂପୂର୍ଣ୍ଣ ତଦନ୍ତ ପରେ ଗଙ୍ଗାଧରଙ୍କୁ ସତ୍ୟବାଦୀ ଥାନା ପୁଲିସ ଗିରଫ କରିଛି ।