ରକ୍ଷକ ଯେବେ ଭକ୍ଷକ ସାଜେ . . .ସୁନ୍ଦରଗଡରେ ଅଭାବନୀୟ ଘଟଣା । ଦୁଷ୍କର୍ମ ପୀଡିତାଙ୍କୁ ଉଦ୍ଧାର କରି ଦୁଷ୍କର୍ମ କଲେ ଥାନା ଅଧିକାରୀ । ଥାନାରେ ଏତଲା ଦେଲେ ଶିଶୁ ମଙ୍ଗଳ ଅଧିକାରୀ । ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ।

1,910

କନକ ବ୍ୟୁରୋ : ରକ୍ଷକ ସାଜିଲା ଭକ୍ଷକ । ସୁନ୍ଦରଗଡରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ବିଚଳିତ କରିଦେବ । ଦୁଷ୍କର୍ମର ଶିକାର ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ଜଣେ ପୁଲିସ ବାବୁ । ବଷରମିତ୍ରପୁର ଥାନା ଅଧିକାରୀଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି, ଅଭଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭପାତ କରାଯାଇଛି । ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର  ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ପୁରା ସତ ସାମ୍ନାକୁ ଆସିଥିଲା ।

ସୁନ୍ଦରଗଡ ଶିଶୁ ମଙ୍ଗଳ ଅଧିକାରୀ ଏହି ଘଟଣାକୁ ସାମ୍ନାକୁ ଆଣିବା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଏସପି ସୌମ୍ୟ ମିଶ୍ର । ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦଚନ୍ଦ୍ର ମାଝି, ଘଟଣାର ସହଅଭିଯୁକ୍ତ ଏସଆଇ ଦୋଳମଣି ନାୟକ, ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ରାୟବଗା ଥାନାରେ ମାମଲା ରୁଜୁ ହୋଇଛି । ଅତିରିକ୍ତ ଏସପି ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଏସପିି ନିଜେ ବିରମିତ୍ରପୁର ଥାନାରେ ପହଂଚି ଛାନଭିନ୍ କରିଛନ୍ତି । ବର୍ତମାର ସୂଚନା ଅନୁସାରେ, ଅଭିଯୁକ୍ତମାନେ ଫେରାର ଥିବା ବେଳେ ଆସନ୍ତା ୨ ଦିନ ଭିତରେ ଅଭିଯୁୁକ୍ତଙ୍କୁ ଗିରଫ ନହେଲେ, କଂଗ୍ରେସ ବିରମିତ୍ରପୁର ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ଜର୍ଜ ତିର୍କୀ ।