ଦୁନିଆର ସବୁଠାରୁ ଭୟଙ୍କର ରିୟାଲିଟି ସୋ’ “ଗେମ୍ ୨’ ! ଦୁଷ୍କର୍ମ ଓ ହତ୍ୟା କରିପାରିବେ ପ୍ରତିଯୋଗୀ

68

ବିଗ୍ ବସ୍ ସିଜିନ୍ ୧୧ ଆରମ୍ଭ ହୋଇସାରିଛି । ବିଗ୍ ବସ୍ ଘରେ ଆରମ୍ଭରୁ ହିଁ ବିବାଦ ସୃଷ୍ଟି ହୋଇଛି । ଏବେ ପର୍ଯ୍ୟନ୍ତ ବିଗ୍ ବସ୍ କିମ୍ବା ଅନ୍ୟ ରିୟାଲିଟି ସୋରେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡ଼ା ତଥା ହାତାହାତି ଆଦି ଦେଖିବା ପାଇଁ ମିଳିଛି । କିନ୍ତୁ ଦୁନିଆରେ ଏମିତି ଏକ ରିୟାଲିଟି ସୋ’ ଆସୁଛି ଯେଉଁଠି ପ୍ରତଯୋଗୀ ନିଜ ରିସ୍କରେ ହତ୍ୟା ଓ ଦୁଷ୍କର୍ମ ଆଦି କରିପାରିବେ ।

ଦୁନିଆର ସବୁଠାରୁ ଭୟଙ୍କର ରିୟାଲିଟି ସୋ’ । ହତ୍ୟା କିମ୍ବା ଦୁଷ୍କର୍ମ ସମୟରେ ନିର୍ମାତା ଚାହିଁଲେ ମଧ୍ୟ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ । ଏଥିପାଇଁ ପ୍ରତିଯୋଗୀମାନେ ସୋ’ରେ ଭାଗ ନେବା ପୂର୍ବରୁ ଏକ କଣ୍ଟ୍ରାକ୍ଟ ସାଇନ କରିବେ । ସୋର ନାମ ହେଲା “ଗେମ୍ ୨’ । ଏହି ଭୟାନକ ସୋ’ର ବିଜେତାକୁ ମିଳିବ ୧.୬ ମିଲିୟନ ଡଲାର । ରିପୋର୍ଟ ଅନୁସାରେ ଏହା ଏକ ଋଷିଆନ୍ ସୋ’ । ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହେବ ଏହି ସୋ’ । ଭୋଟିଂ ମାଧ୍ୟମରେ ସୋ’ ପାଇଁ ୧୨୦ ପ୍ରତିଯୋଗୀଙ୍କୁ ବଛାଯାଇଥିଲା । ତେବେ ସେଥି ମଧ୍ୟରୁ ମାତ୍ର ୩୦ ଜଣ ପ୍ରତିଯୋଗୀ ସୋ’ରେ ଭାଗ ନେବା ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି ।

ସୋ’ର ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆର ଅବସରପ୍ରାପ୍ତ ସେନା ଅଧିକାରୀ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହାର ସୁଟିଂ ସାଇବେରିଆ ଜଙ୍ଗଲରେ ହେବ । ପ୍ରତିଯୋଗୀ ନିଜ ରିସ୍କରେ ଏହି ସୋ’ରେ ଭାଗ ନେବା ପାଇଁ ବଣ୍ଡ ସାଇନ କରିବେ । ଏହାର ଅର୍ଥ ଆଘାତ ଠାରୁ ଆରମ୍ଭ କରି ହତ୍ୟା ଓ ଦୁଷ୍କର୍ମ ପରି ଘଟଣା ପାଇଁ ନିଜେ ହିଁ ଦାୟୀ ରହିବେ ପ୍ରତଯୋଗି । ସୋ’ରେ ଯେଉଁ ଘଟଣା ବା ଦୁର୍ଘଟଣା ଘଟିବ ଏଥପାଇଁ ଦାୟୀ ହେବେ ନିଜେ ପ୍ରତିଯୋଗି । ଏହି ସୋ’ର ଥିମ୍ ହଲିଉଡ଼୍ ସିନେମା ‘ହଙ୍ଗର ଗେମ୍’ ଉପରେ ଆଧାରିତ । ଯେଉଁଠି ଏକ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲିବାର ମଧ୍ୟ ପଛାଇନଥିଲେ । ଯିଏ ଶେଷ ପର୍ଯ୍ୟନ୍ତ ରହିବ ସେ ବିଜେତା ଘୋଷିତ ହେବ ।

ସୂଚନାଯୋଗ୍ୟ ହଙ୍ଗର ଗେମ ସିନେମା ଉପରେ ଆଧିରତ ଏହି ରିୟାଲିଟି ସୋ ‘ଗେମ ୨’ । ସବୁ ଦୁର୍ଘଟଣାକୁ ଆଡ଼େଇ ଓ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଯିଏ ଶେଷ ପର୍ଯ୍ୟନ୍ତ ରହିପାରିବ ହେ ସେ ହିଁ ହେବ ବିଜେତା । ପ୍ରତିଯୋଗୀମାନଙ୍କୁ ସାଇବେରିଆ ଜଙ୍ଗଲର ହିମ କାମର ସହି ଶେଷ ପର୍ଯ୍ୟନ୍ତ ୯ ମାସ କଟେଇବା ପାଇଁ ପଡ଼ିବ । ତେବେ ଖବର ଅନୁସାରେ ସୋ’ରେ ପ୍ରତିଯୋଗୀଙ୍କ ପାଖରେ ସାଟେଲାଇଟ ସହ ଯୋଡ଼ା ହୋଇଥିବା ଏକ ପ୍ୟାନିକ ବଟନ ରହିବ । ଯଦି ପ୍ରତିଯୋଗୀ କୌଣସି କ୍ଷଣରେ ବି ସୋ’ରୁ ବାହାରିବାକୁ ଚାହିଁବେ, ଉକ୍ତ ବଟନକୁ ଦବାଇବାକୁ ପଡ଼ିବ । ଏହି ସୋ’ ୧ ଅପ୍ରେଲ , ୨୧୦୮ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ପ୍ରତିଯୋଗୀ ଆସନ୍ତା ବର୍ଷ ୧ ଏପ୍ରିଲ ପର୍ଯ୍ୟନ୍ତ ଜୀବିତ ରହିବା ପାଇଁ କଡ଼ା କରିଶ୍ରମ କରିବେ ।
  ସୌଜନ୍ୟ-ଆଜତକ୍