ପୁରୀରେ ଲଜ୍ଜା : ହେଲପର ବସ୍ ଭିତରେ ଆଦିବାସୀ ନାବାଳିକକୁ ଦୁଷ୍କର୍ମ କରିଥିବା ଅଭିଯୋଗ

Advertisment
ପୁରୀରେ ଲଜ୍ଜା : ହେଲପର ବସ୍ ଭିତରେ ଆଦିବାସୀ ନାବାଳିକକୁ ଦୁଷ୍କର୍ମ କରିଥିବା ଅଭିଯୋଗ

source : eNavakal

କନକ ବ୍ୟୁରୋ : ପୁରୀରେ ଲଜ୍ଜା । ଶ୍ରୀକ୍ଷେତ୍ର ଧାମରେ କେନ୍ଦୁଝରରୁ ଆସିଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ଘଟଣାରେ ପୁଲିସ ବସ ହେଲପରକୁ ଗିରଫ କରିଛି ଏବଂ ପଚରାଉଚରା କରୁଛି । ମିଳିଥିବା ସୂଚନା ମୁତାବକ ପୁରୀ ମାଳତୀପାଟପୁରରେ ଏହି ପୀଡିତା(୧୫ ବର୍ଷ) ଜଣକ କାମ କରୁଥିଲେ ।

ତେବେ ନିଜ ଘର କେନ୍ଦୁଝରରୁ ପୁରୀକୁ ଫେରୁଥିଲେ । କଟକରୁ ପୁରୀ ଏକ ଏସି ବସରେ ଆସି ଗୁଣ୍ଡିଚା ମନ୍ଦିର ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ତେବେ ବିଳମ୍ବିତ ରାତି ହୋଇଯାଇଥିବାରୁ ପୀଡିତା ଜଣକ ସେହି ବସରେ ଶୋଇପଡ଼ିଥିଲେ । ଏହି ସମୟରେ ବସର ହେଲପର ତାଙ୍କୁ ଦୁଷ୍କର୍ମ କରିଥିବାର କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।

ପୁଲିସ ଉକ୍ତ ହେଲପରକୁ ଗିରଫ କରିଥିବାବେଳେ ଘଟଣାର ତଦନ୍ତ କରୁଛି ।ତେବେ ପୁରୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଜ୍ଝ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଥିବାବେଳେ ପୁରୀରେ ୧୦ ହଜାର ପୁଲିସ କର୍ମୀ ମୁତୟନ ଥିବାବେଳେ କିଭଳି ଏହି ସଙ୍ଗୀନ ଘଟଣା ଘଟିଲା ତାହା ଏବେ ବଡ ପ୍ରଶ୍ନ ଠିଆ କରାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe