କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳର ବାସ୍ତବତା । ଗୁରୁପ୍ରିୟା ସେତୁ ଉଦଘାଟନହୋଇ ବର୍ଷେରୁ ଅଧିକ ସମୟ ବିତିଲାଣି ହେଲେ ବିଶେଷ ଭାବରେ ସ୍ୱାଭିମାନ ଅଂଚଳର ଚିତ୍ର ବଦଳି ନାହିଁ । ଏବେବି ସଡକ ପଥରେ ଅନେକ ଗାଁକୁ ସଂଯୋଗ ହୋଇ ପାରିନାହିଁ । ବହୁ ଦିନର ଦାବି ପରେ ରାଜ୍ୟ ସରକାର ମାଲକାନଗିରିରେ ମାଣ୍ଡିଆ ମଣ୍ଡି ଖୋଲିଛନ୍ତି । କିନ୍ତୁ ମଣ୍ଡିକୁ ଆସିବା ପାଇଁ ହିନସ୍ତା ହେଉଛନ୍ତି ଚାଷୀ । ରାସ୍ତା ଘାଟ ନଥିବା ଯୋଗୁଁ ମାଣ୍ଡିଆକୁ ମଣ୍ଡି ପର୍ଯ୍ୟନ୍ତ ଆଣିବା ପାଇଁ ଘୋଡାର ସାହାରା ନେଇଛନ୍ତି ବିଚ୍ଛିନ୍ନାଂଚଳ ବାସିନ୍ଦା । ୪୦ରୁ ଅଧିକ ଘୋଡା ଓ ଖଚର ମାଣ୍ଡିଆ ମଣ୍ଡିକୁ ଆସିଥିଲେ । ସେମାନଙ୍କ ପିଠିରେ ଲଦା ହୋଇଥିଲା ୪୦କିଲୋରୁ ଅଧିକ ଓଜନର ମାଣ୍ଡିଆ ବସ୍ତି ବୋହି ମଣ୍ଡିକୁ ଅଣାଯାଇଥିଲା ।
ଗତକାଲି ୪୦ରୁ ଊର୍ଦ୍ଧ୍ବ ଗୋଡ଼ା ଏବଂ ଖଚର ମାଣ୍ଡିଆ ମଣ୍ଡିକୁ ଆସିଥିଲେ। ସେମାନଙ୍କ ପିଠିରେ ଲଦା ହୋଇଥିଲା ୪୦କିଲୋରୁ ଊର୍ଦ୍ଧ୍ବ ଓଜନର ମାଣ୍ଡିଆ ବସ୍ତା। ବୁଲେଟ ଟ୍ରେନ୍ ଯୁଗରେ ଘୋଡ଼ା ଏବଂ ଖଚର ଉପରେ ଲୋକେ ନିର୍ଭର ହେବା ସମସ୍ତଙ୍କ ମଧ୍ୟରେ କୌତୂହଳ ସୃଷ୍ଟି କରିଥିଲା । କିନ୍ତୁ ଏହା ଥିଲା ସ୍ବାଭିମାନ ଅଞ୍ଚଳର ବାସ୍ତବତା । ବିଚ୍ଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ହେଲା ସତ କିନ୍ତୁ ଏବେ ବି ଲୋକେ ରାସ୍ତା ନଥିବାରୁ ପାଦରେ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି । ଭାର ବୋହିବା ପାଇଁ ଘୋଡ଼ା କିମ୍ବା ଖଚରର ସାହାରା ନେଉଛନ୍ତି ।
ପଡ଼ୋଶୀ ଆନ୍ଧ୍ର ହେଉ କିମ୍ବା ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଲେ ଘୋଡ଼ା ଓ ଖଚର ହିଁ ସାହା ଭରସା ବୋଲି ସ୍ଥାନୀୟ କହିଛନ୍ତି। ପ୍ରାୟ ୩୦ରୁ ୪୦ କିଲୋମିଟର ବାଟ ମାଣ୍ଡିଆ ବସ୍ତା କାନ୍ଧରେ ବୋହି ଆଣିବା ଅସମ୍ଭବ। ଏଥିପାଇଁ ଲୋକେ ବାଧ୍ୟ ହୋଇ ଗତକାଲି ଘୋଡ଼ାର ସହାୟତା ଦେଇଥିବା କହିଥିଲେ। ତେଣୁ ସ୍ବାଭିମାନ ଅଂଚଳର ଅଧିକାଂଶ ଲୋକଙ୍କ ଘରେ ଘୋଡ଼ା ଦେଖିବକୁ ମିଳେ। ଲୋକେ ଘୋଡ଼ା ଦ୍ବାରା ଜିନିଷ ପତ୍ର ବୋହିବା ସହ ଯାତ୍ରୀ ପରିବହନ କରି ରୋଜଗାର କରୁଥିବା ଜଣାଇଛନ୍ତି ।
ଏହି ଘୋଡ଼ା ହିଁ ସେମାନଙ୍କୁ ସ୍ବାବଲମ୍ବୀ କରିଥିବା ପ୍ରକାଶ କରିଛନ୍ତି। ଗତକାଲି ଏହି ଦୃଶ୍ୟ ଦେଖିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ବାଭିମାନ ଅଂଚଳରେ ରାସ୍ତା କାମ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ସେହିପରି ମନ୍ତ୍ରୀ ମଧ୍ୟ ନିଜ ପ୍ରତିକ୍ରିୟାରେ ବିକାଶ କାର୍ୟ୍ୟ ଜୋରସୋରରେ ଚାଲିଥିବା କହିଥିଲେ। ଲୋକେ ଆଗକୁ ଆଉ ଘୋଡ଼ା ବ୍ୟବହାର କରିବେ ନାହିଁ। ଚାରିଚକିଆ ଯାନ ଆଗକୁ ସ୍ବାଭିମାନ ଅଂଚଳରେ ପହଞ୍ଚି ଏଠାକାର ଭାଗ୍ୟ ବଦଳାଇ ଦେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।