ରଣବୀର ସିଂ ଏବେ ତାଙ୍କ ସିନେମା "ପଦ୍ମାବତୀ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହ ସେ ତାଙ୍କର ଆଗାମୀ ସିନେମା "ବେଫିକ୍ରେ'ର ପ୍ରମୋସନରେ ମଧ୍ୟ ଲାଗିଛନ୍ତି । ରୋମାଣ୍ଟିକ ଯୋଡି ରଣବୀର ଓ ଦୀପିକା ପାଦୁକୋଣଙ୍କୁ ଅପେକ୍ଷା କରିଥିବା ଫ୍ୟାନ ମାନଙ୍କ ପାଇଁ ଏକ ଭଲ ଖବର ।"ପଦ୍ମାବତୀ' ସିନେମାର ରିଲିଜ ଡେଟ ଏବେ ସାମ୍ନାକୁ ଆସିଛି ।
ରଣବୀର ସିଂ ନିଜେ ଇନଷ୍ଟାଗ୍ରାମରେ "ପଦ୍ମାବତୀ'ର ରିଲିଜ ଡେଟର ଖୁଲାସା କରିଛନ୍ତି । ୧୭ ନଭେମ୍ବର ୨୦୧୭ ରେ ଏହି ସିନେମା ରିଲିଜ ହେବ ବୋଲି କହିଛନ୍ତି ସେ । ସିନେମାର ଡେଟ ସହ ଏହି ସିନେମାର ନିଜ ଲୁକକୁ ମଧ୍ୟ ଶେୟାର କରିଛନ୍ତି ରଣବୀର । "ପଦ୍ମାବତୀ' ସିନେମାରେ ସେ ଆଲ୍ଲାଉଦିନ ଖିଲିଜୀଙ୍କ ଭୂମିକାରେ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/ha.png)