ରଣବୀର ସିଂକୁ ଇର୍ଷା କରନ୍ତି ରଣବୀର କପୁର ! ନିଜେ କଲେ ସ୍ୱୀକାର

ରଣବୀର ସିଂକୁ ଇର୍ଷା କରନ୍ତି ରଣବୀର କପୁର ! ନିଜେ କଲେ ସ୍ୱୀକାର

photo courtesy –https://d23ipcd5miwp4q.cloudfront.net

ରଣବୀର କପୁରଙ୍କ ଅଭିନୟ ଦକ୍ଷତା ବିଷୟରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ । ଗୋଟିଏ ପଟେ ଏତେ ଭଲ ଅଭିନୟ ଦକ୍ଷତା ରଖିବା ସତ୍ୱେ ତାଙ୍କର ବିଗତ କିଛି ସିନେମା ବକ୍ସ ଅଫିସରେ ସେପରି କିଛି କମାଲ ଦେଖାଇ ପାରି ନାହିଁ ଏପଟେ ସେ ତାଙ୍କର ପୂର୍ବତନ ପ୍ରେମିକା ଦୀପିକା ପାଦୁକୋନଙ୍କ ପ୍ରେମିକଙ୍କ ପାଇଁ କିଛି ଏପରି ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣି ଲୋକ ଆଶ୍ଚର୍ଯ୍ୟ ହୋଇଯିବେ ।

ରଣବୀର କପୁର କହିଛନ୍ତି ସେ ରଣବୀର ସିଂଙ୍କୁ ଇର୍ଷା କରନ୍ତି । ଆପଣଙ୍କୁ ଏଇଠି କହି ରଖୁଛୁ ରବଣୀର କପୁର ଓ ରଣବୀର ସିଂ କରଣ ଜୋହରଙ୍କ ସୋ’ ‘କଫି ୱିଥ କରଣ’ ରେ ଏକ ସଙ୍ଗେ ନଜର ଆସିଥିଲେ । ରଣବୀର କପୁର କହିଛନ୍ତି ଇର୍ଷା କରିବା ସ୍ୱାଭାବିକ, ଏହା ମଣିଷର ସହଜାତ ପ୍ରକୃତି । ରଣବୀର ସିଂ ଭଲ କାମ କରନ୍ତୁ କିନ୍ତୁ ଏଥିସହ ସେ ମଧ୍ୟ ନିଜ କାମରେ ସଫଳତା ହାସଲ କରିବା ପାଇବା ପାଇଁ ଚାହାନ୍ତି ।

ପ୍ରାୟତଃ ଅଭିନେତା ଅଭିନେତ୍ରୀ ମାନେ ନିଜ ପେଶାକୁ ନେଇ ଅସୁରକ୍ଷିତ ମଣନ୍ତି ଏବଂ ଆମ ପେଶାରେ ଇର୍ଷା କରବା ଏକ ସାଧାରଣ କଥା । ଆପଣ ଅନ୍ୟକୁ ଭଲ କାମ କରୁଥିବାର ଦେଖି ଇର୍ଷା କରନ୍ତି ଏହା ଦ୍ୱାରା ଆପଣ ମଧ୍ୟ ଭଲ କାମ କରବା ପାଇଁ ଅଧିକ ପ୍ରେରିତ ହୁଅନ୍ତି । ସିନେ ଦୁନିଆରେ ପ୍ରିତିଯୋଗିତା ରହିଛି, କିନ୍ତୁ ଇର୍ଷାରେ ମୁଁ ରଣବୀର ସିଂ ହୁଅନ୍ତୁ ବା ଆଉ କିଏ , କାହାର ବି ଖରାପ ଚାହେଁ ନାହିଁ ।

ଏହାସହ ସେ ସିନେ ନିର୍ଦ୍ଦେଶକ କରଣ ଜୋହରଙ୍କ ବିଷୟରେ କହିଛନ୍ତି ସେ ଅନ୍ୟକୁ ନିଜର ଫାଇବା ପାଇଁ ବ୍ୟବହାର କରନ୍ତି । ଏହାର କାଣ ହେଲା ଗତ ବର୍ଷ ସେ ‘କଫି ୱିଥ କରଣ’ ସୋ’ ରେ ସାମିଲ ହେବା ପାଇଁ ମନା କରୁଥିଲେ ମଧ୍ୟ ସେ ରଣବୀରଙ୍କୁ ସୋ’କୁ ଆସିବା ପାଇଁ ଜୋର କେରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe