ଏଣିକି ଡାକ୍ତରଙ୍କୁ ଆକ୍ରମଣ କରିବା ପଡିବ ମହଙ୍ଗା : ମହାମାରୀ ରୋଗ ଆଇନରେ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଓ ଜୋରିମାନା

310

କନକ ବ୍ୟୁରୋ : ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଏବେ ପଡିବ ମହଙ୍ଗା । ଏଭଳି କଲେ ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଜେଲ ସହ ଜୋରିମାନା ବି ହେବ । ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଜାମିନବିହୀନ ଅପରାଧ ହେବ ।  କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ କିମ୍ବା ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି ଏବଂ ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ମଧ୍ୟ ଦଣ୍ଡିତ କରାଯିବ ।

ସ୍ବାସ୍ଥ୍ୟକର୍ମୀଙ୍କୁ ଅଧିକ କ୍ଷତି ପହଞ୍ଚାଇଲେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହେବ ଏବଂ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ଏ ନେଇ ତଦନ୍ତ ୩୦ ଦିନରେ ସରିବ ଓ ଏକ ବର୍ଷ ମଧ୍ୟରେ ରାୟ ଆସିବ । ଏ ନେଇ ମହାମାରୀ ନିୟନ୍ତ୍ରଣ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆଜି ମଞ୍ଜୁରୀ ଦେଇଛନ୍ତି ।

କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଯୋଦ୍ଧା ଭାବେ ଲଢୁଛନ୍ତି । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କ ଉପରେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛନ୍ତି । ଏହାରୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ସରକାର । ଅଧ୍ୟାଦେଶ ଆଇନ ହେବା ପରେ ଘଟଣାର ଗମ୍ଭୀରତା ଆଧାରରେ ୫୦ ହଜାରରୁ ୨ ଲକ୍ଷ ଯାଏଁ ଜୋରିମାନା ବି ଦେବାକୁ ପଡିବ । ଅତି ଗମ୍ଭୀର ମାମଲାରେ ଲକ୍ଷେରୁ ସାତଲକ୍ଷ ଯାଏଁ ଜୋରିମାନାର ବ୍ୟବସ୍ଥା ବି ରହିଛି ।