ହୋଲି ପୂର୍ବରୁ ଆଶାୟୀ ନିରାଶ : ପାଟ୍ଟଶାଣୀଙ୍କୁ ମିଳିଲାନି, ରମଶେ ଚାଉ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ୱ ଦେଲେ ବିଜେଡ଼ି ସୁପ୍ରିମୋ

669

କନକ ବ୍ୟୁରୋ : ହୋଲି ପୂର୍ବରୁ ଆଶାୟୀ ନିରାଶ ।  ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭା ଯିବାକୁ ଗୋଡ଼ ଟେକି ବସିଥିବା ଦୁଇ ଟାଣୁଆ ନେତା ନିରାଶ । ରମେଶ ଚାଉ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟତମ ଆଶାୟୀ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କୁ କୌଣସି ଦାୟିତ୍ୱ ଦିଆଯାଇନି । ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ସହ ରାଜ୍ୟସଭା ଆଶାୟୀ ଚାଉ ପଟ୍ଟନାୟକଙ୍କୁ ଥଇଥାନ୍ କରିଛନ୍ତି ବିଜେଡ଼ି ସୁପ୍ରିମୋ ।  ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ଲବି କରୁଥିବା ବିଜେଡ଼ିର ପୁରୁଖା ନେତା ରମେଶ ଚାଉ ପଟ୍ଟନାୟକଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା । ରମେଶଙ୍କୁ ଓଡ଼ିଶା ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି ବିଜେଡ଼ି ସୁପ୍ରିମୋ ।

ନିରାଶ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ସେତେବେଳେ କହିଥିଲେ ବିଜେଡି ସୁପ୍ରିମୋ ।  ହେଲେ କିଛି ଦିନ ପୂର୍ବରୁ ସେ ଦେଇଥିବା ବୟାନ୍ ତାଙ୍କୁ ଅଡ଼ୁଆରେ ପକାଇଲା । ପ୍ରସନ୍ନ ପାଟ୍ଟଶାଣୀ ଟିକେଟ ଆଶାୟୀ ଅଛନ୍ତି କି ବୋଲି ସାମ୍ବାଦିକ ମାନେ ଯେତେବେଳେ ପ୍ରଶ୍ନ କରିଥିଲେ, ଭଗବାନ ଓ ସଇତାନର ଉପାଖ୍ୟାନ ରଖି ଚର୍ଚ୍ଚାର ପରିଧିକୁ ଆସିଥିଲେ ।  ଏହି  ବୟାନ ତାଙ୍କ ରାଜ୍ୟସଭା ରାସ୍ତା ବନ୍ଦ କରିଦେଲା ବୋଲି ଚର୍ଚ୍ଚା ହେଉଛି ।

ପୂର୍ବତନ ବିଧାୟକ ରମେଶ ଚାଉ ପଟ୍ଟନାୟକ । କେତେବେଳେ ବି କୌଣସି ଦଳବିରୋଧୀ ବୟାନ ଦେଇନଥିବା ଚ୍ୟାୟ ପଟ୍ଟନାୟକଙ୍କୁ ପରୁସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ଯିବାକୁ ଆଶା ରଖିଥିବା ରମେଶ ଚାଉ ପଟ୍ଟନାୟକଙ୍କୁ ଯଦିଓ ଏଥର ରାଜ୍ୟସଭା ଯିବାକୁ ସୁଯୋଗ ମିଳିନାହିଁ ମାତ୍ର କ୍ୟାବିନେଟ ର୍ୟାଙ୍କ ସହ ସନ୍ତୁଷ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ରାଜ୍ୟସଭା ଟିକେଟ ପାଇଁ ତୃତୀୟ ମହଲାରେ ଲବି କରି ଆସୁଥିବା ଚାଉ ପଟ୍ଟନାୟକଙ୍କୁ ଦଳର ଗୁରୁଦାୟିତ୍ୱ ଦେଇଛନ୍ତି ।

ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବେଳେ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ବିଜ୍ଞପ୍ତି ପ୍ରକଶ ପାଇବା ପରେ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଓଡ଼ିଶାର ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୧୭ ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟରେ ହେବ ରାଜ୍ୟସଭା ନିର୍ବାଚନ ।