ନ୍ୟାୟ ମାଗିଲେ ରମାଦେବୀ ଛାତ୍ରୀ ! ସୋସିଆଲ ମିଡିଆରେ କିଛି ଛାତ୍ରୀଙ୍କ ଫଟୋକୁ ଅଶ୍ଲୀଳ ଭାବେ ଚିତ୍ରଣ କରିବା ନେଇ ପ୍ରତିବାଦ

44

କନକ ବ୍ୟୁରୋ : ନ୍ୟାୟ ମାଗିଲେ ଛାତ୍ରୀ । ଛାତ୍ରୀଙ୍କ ଫଟୋକୁ ନେଇ ସୋସିଆଲ ମଡିଆରେ ଅଶ୍ଳୀଳ ଭାବେ ପୋଷ୍ଟ କରାଯାଇଥିବା ଅଭିଯୋଗରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଲାଗି ସେମାନେ ଦାବି କରିଛନ୍ତି । ଛାତ୍ରୀ ମାନଙ୍କ ଫଟୋକୁ କେହି ଦୁର୍ବୃତ୍ତ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରିଥିଲା । ଏ ନେଇ ଛାତ୍ରୀମାନେ ସହୀଦ ନଗର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଆଉ ଆଇଟି ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ କିଏ ଓ କାହିଁକି ଏଭଳି କାରନାମ କରିଛି ସେନେଇ କାରଣ ଖୋଜୁଛି ପୋଲିସ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କ କିଛି ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଭିନ୍ନ ସମୟରେ ଛାତ୍ରୀମାନେ ଅପଲୋଡ କରିଥିବା ଫଟୋକୁ ନେଇ ତାଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରାଯାଇଛି । ଆରୋହି କ୍ରିଏସନ ପେଜରେ ରମାଦେବୀ ବିଶ୍ୱବିଦ୍ୟାଳୟର ୬୦ରୁ ଅଧିକ ଛାତ୍ରୀଙ୍କ ଫଟୋ ଅପଲୋଡ ହୋଇଛି । କେବଳ ଏତିକି ନୁହେଁ ଛାତ୍ରୀଙ୍କୁ ନେଇ ଅଶ୍ଲୀଳ କମ୍ପେଂଟ ମଧ୍ୟ ପ୍ରକାଶ ପାଇଛି ।

ସେପଟେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋକୁ ନେଇ ଅଶ୍ଲୀଳତା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ଏଆଇଡିଏସଓ । ଛାତ୍ରୀଙ୍କ ନ୍ୟାୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଇଣ୍ଡିଆ ଷ୍ଟୁଡେଂଟ ଅରଗାଇନାଇଜେସନ୍ । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ରମାଦେବୀ ଛାତ୍ରୀ ମାନଙ୍କ ଫଟୋକୁ ଦୁର୍ବୃତ ସୋସିଆଲ ମିଡିଆରେ ଅପଲୋଡ କରି ଦେହଜୀବୀ ଭାବେ ଚିତ୍ରଣ କରିଛି । ଏନେଇ ଛାତ୍ରୀମାନେ ସହୀଦ ନଗର ଥାନାରେ ଅଭିଯୋଗ କରିଛନ୍ତି । ଆଉ ଆଇଟି ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –