କନକ ବ୍ୟୁରୋ : ସୋସିଆଲ ମିଡିଆରେ ରମାଦେବୀ ଛାତ୍ରୀଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରିବା ପ୍ରସଙ୍ଗରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ । ରମାଦେବୀ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେପଟେ ଘଟଣାକୁ ଦୁଇଦିନ ବିତି ଯାଇଥିଲେ ବି ନା ଆରେହୀ କ୍ରିଏସନର ପତ୍ତା ମିଳୁଛି ନାଁ ମୁଖ୍ୟ ଅଭିଯୁକ୍ତ ସୁଜିତ ସାହୁର । ତଦନ୍ତ ପାଇଁ ଏକ ୮ ଜଣିଆ ଏସଆଇଟି ଟିମ୍ ଗଠନ କରିଛି କ୍ରାଇମ ବ୍ରାଂଚ ।
ଏହି ଟିମରେ ୩ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ଅଛନ୍ତି । ଏହି ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ କ୍ରାଇମବ୍ରାଂଚ ତଦନ୍ତ ଦାବିରେ ୩ ମହିଳା ମହାବିଦ୍ୟାଳୟର ଛାତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ର ବିଜେଡି ସଭାପତି ବ୍ୟମୋକେଶ ରାୟଙ୍କ ନେତୃତ୍ୱରେ ରମାଦେବୀ, ଶୈଳବାଳା ଓ କମଳା ନେହରୁ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-28-07h42m16s124.png)