‘ଅପସରାଙ୍କୁ ଭେଟିବା ପରେ ଜାଣିଲି ଓଡ଼ିଶା ସବୁପ୍ରକାର ମହାବାତ୍ୟା ସୃଷ୍ଟି କରିପାରେ’ । ଓଡିଶାକୁ ନେଇ ଅରୁଚିକର ଟ୍ୱିଟ୍ କରି ଟ୍ରୋଲ ହେଲେ ରାମଗୋପାଳ ବର୍ମା

1,757

କନକ ବ୍ୟୁରୋ : ଓଡିଶାକୁ ନେଇ ଅରୁଚିକର ଟ୍ୱିଟ୍ କରି ଟ୍ରୋଲ ହୋଇଛନ୍ତି ବିଶିଷ୍ଟ ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ରାମଗୋପାଳ ବର୍ମାଙ୍କ ଏକ ଟ୍ୱିଟ୍ ଏବେ ଓଡ଼ିଶାରେ ଝଡ ସୃଷ୍ଟି କରିଛି । ରାମ ଗୋପାଳ ବର୍ମା ଲେଖିଛନ୍ତି, ଅପସରାଙ୍କ ଆଗରୁ ମୁଁ ଓଡିଶା ସମ୍ପର୍କରେ ଜାଣିନଥିଲି । ହେଲେ ଅପସରାଙ୍କୁ ଭେଟିବା ପରେ ଜାଣିବାକୁ ପାଉଛି ଓଡିଶା ସମସ୍ତ ପ୍ରକାର ମହାବାତ୍ୟା ସୃଷ୍ଟି କରିପାରିବ । ଏହା ହିଁ ବୟାନ କରୁଛି ଓଡିଶାରେ ଏପରି ସୁନ୍ଦରୀ ଅଛନ୍ତି ।

ଓଡିଶାକୁ ଅଧିକ ଶକ୍ତି ମିଳୁ । ତେବେ ଓଡିଶା ସମ୍ପର୍କରେ ଏପରି ଲେଖା ସହିତ ରାମଗୋପାଳ ବର୍ମା ଅପସରା ରାନୀ ନାମକ ଜଣେ ଝିଅର ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଅଛନ୍ତି କଳା ରଙ୍ଗର ବିକିନୀରେ । ସବୁଠାରୁ ବଡ କଥା ହେଉଛି ଏହି ଝିଅ ସପ୍ତାହେ ହେବ ନିଜର ଟୁଇଟର ଆକାଉଣ୍ଟ ଖୋଲିଛନ୍ତି । ଯାହାଙ୍କର ୨୪ ହଜାର ଫଲୋୟର ରହିଛନ୍ତି । ତେବେ ଝିଅ ଜଣଙ୍କ କେଉଁଠାରେ ବି ନିଜ ପ୍ରୋଫାଇଲରେ ଲେଖିନାହାନ୍ତି ସେ ଓଡିଶାର ବୋଲି ।

କିନ୍ତୁ ଗୋଟିଏ ପୋଷ୍ଟରେ କହିଛନ୍ତି ମୋ ଠାରୁ ଓଡିଶାରେ ଅଧିକ ଟ୍ୟାଲେଂଟ ରହିଛନ୍ତି । ସପ୍ତାହେ ହେବ ଟୁଇଟର ଆକାଉଂଟ ଖୋଲିଥିବା ଝିଅର ଫଟୋକୁ ନେଇ ଓଡିଶା ସମ୍ପର୍କରେ ଏପରି ଅରୁଚିକର ଲେଖା ଲେଖିବା ପରେ ରାମଗୋପାଳ ବର୍ମା ଟୁଇଟରରେ ଟ୍ରୋଲ ହୋଇଛନ୍ତି ।