ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ : ଦେଶର ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ହେବ ଭୋଟ୍, ଓଡିଶାରୁ ଖାଲି ହେବ ୪ ଆସନ

376

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦେଶର ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ ୨୬ ତାରିଖରେ ନିର୍ବାଚନ ହେବ । ଓଡିଶାରୁ ଖାଲି ହେବ ୪ଟି ଆସନ । ଏପ୍ରିଲ ମାସରେ ରଞ୍ଜିବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ , ନରେନ୍ଦ୍ର କୁମାର ସ୍ୱାଇଁ ଅବସର ନେବେ । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି । ତେଣୁ ଓଡିଶାରେ ଏହି ୪ ଆସନ ପାଇଁ ନିର୍ବାଚନ ହେବ । ମାର୍ଚ୍ଚ ୬ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୧୩ ରହିଛି । ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ଓ ସେହିଦିନ ଫଳାଫଳ ପ୍ର୍ରକାଶ ପାଇବ ।

ଏଥର ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ବାଚିତ ହେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଆର ଜଣକ କିଏ ରାଜ୍ୟସଭାକୁ ଯିବେ ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି । ଇତିମଧ୍ୟରେ ବିଜେଡି ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଶାୟୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି ।

ସୂଚନାଯୋଗ୍ୟ, ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲିପଡ଼ିଛି । ଏଣେ ବିଜେଡି ନେତା ନରେନ୍ଦ୍ର କୁମାର ସ୍ୱାଇଁ , ସରୋଜିନୀ ହେମ୍ରମ୍ ଏବଂ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଅବସର ନେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ ଏହି ନିର୍ବାଚନ ହେଉଛି।