ଶସ୍ତ୍ରପୂଜାକୁ ନେଇ ରାହୁଲ ଗାନ୍ଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନ : ରାଫେଲ ଉପରେ ଓମ ବଦଳରେ କଣ ଲେଖାଯାଇ ଥାଆନ୍ତା ?

337

କନକ ବ୍ୟୁରୋ : ଫ୍ରାନ୍ସରେ ରାଫେଲର ଶସ୍ତ୍ର ପୂଜାକୁ ନେଇ ହୋଇଥିବା ବୟାନବାଜିକୁ ନେଇ କଂଗ୍ରେସକୁ ଘେରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ  । ହରିୟାଣାରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି , ବିଜୟା ଦଶମୀ ଦିନ ଶସ୍ତ୍ରପୂଜାର ପରମ୍ପରା ରହିଛି ।  ରାଫେଲରେ ଓମ୍ ଲେଖିବା ପରେ ଏହାକୁ ରାଜନୀତିର ରଙ୍ଗ ଦେଇ କିଛି ଲୋକ ଅନେକ ପ୍ରଶ୍ନ କରିଥିଲେ ।

ଏବେ ସେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି  ଶସ୍ତ୍ରପୂଜା ସମୟରେ ଓମ୍ ନଲେଖି ଆଉ କଣ ଲେଖିଥାନ୍ତେ । ଅକ୍ଟୋବର ୮ତାରିଖ ବାୟୁସେନା ଦିବସ ଓ ବିଜୟା ଦଶମୀ ଦିନ ଫ୍ରାନ୍ସ ପ୍ରଥମ ରାଫେଲ ଭାରତକୁ ହସ୍ତାନ୍ତର କରିଥିଲା । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଫେଲର ଶସ୍ତ୍ରପୂଜା କରିବା ସହ ଏଥିରେ ଓମ୍ ଲେଖିଥିଲେ । ଯାହାକୁ ନେଇ ବିରୋଧୀ ଏହାର ସମାଲୋଚନା କରିଥିଲେ ଏବଂ ଏହାକୁ ଡ୍ରାମା ବୋଲି କହିଥିଲେ ।