ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଉପାସନା ମହାନ୍ତି କାଷ୍ଟିଂ କାଉଚ୍ ମାମଲା । ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେଲେ ପ୍ରଯୋଜକ ରାଜେଶ ପତି । ଗତକାଲି ଉପାସନାଙ୍କ ବୟାନ ରେକର୍ଡ କରିଥିଲା ଲକ୍ଷ୍ମୀସାଗର ପୁଲିସ୍ ।ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଉପାସନା ମହାନ୍ତି । ରାଜେଶ ପତି ତାଙ୍କୁ ଏକୁଟିଆ ଡିସ୍କୋକୁ ଡାକିବା ସହ ସୁଟିଂ ସେଟùe ଟଣା ଓଟରା କରୁଥିବାର ଅଭିିଯୋଗ କରିଥିଲେ। ସେହିପରି ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ । ତେବେ ଏହା ପୂର୍ବରୁ ଓଡ଼ିଆ ଫିଲ୍ମ ଗୁଡ଼ିଆରାଣୀର ସୁଟିଂ ପାଇଁ ଟଙ୍କା ନେଇ ଫେରାଉନଥିବା ଅଭିଯୋଗ କରିଥିଲେ ପ୍ରଯୋଜକ ରାଜେଶ ପତି। ଏମିତିକି ଟଙ୍କା ନ ଫେରାଇବା ବାହାନା କରି କାଷ୍ଟିଂକାଉଚ୍ ଅଭିଯୋଗ ଆଣିବା ପାଇଁ ଅଭିନେତ୍ରୀ ଉପାସନା ଧମକ ଦେଉଥିବା ଅଭିଯୋଗ କରିଥିଲେ ରାଜେଶ ପତି।

Advertisment

ଏହା ସହ ଖୋଲିଲା ଉପାସନା-ରାଜେଶଙ୍କ ପ୍ରେମ କାହାଣୀର ନୂଆ ଫର୍ଦ୍ଦ