ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂକାଉଚକୁ ନେଇ ବିବାଦ ଜାରି ରହିଥିବା ବେଳେ ଏଥିରେ ଆସିଛି ଭିନ୍ନ ମୋଡ । ସାଧାରଣତଃ ଅଭିନେତ୍ରୀମାନେ ନିର୍ଦେଶକ ଓ ପ୍ରଯୋଜକଙ୍କ ଦ୍ୱାରା କାଷ୍ଟିଂ କାଉଚର ଶିକାର ହୋଇଥାନ୍ତି । ହେଲେ ଉପାସନା ମହାନ୍ତି ଓ ପ୍ରଯୋଜକ ରାଜେଶ ପତିଙ୍କ ବିବାଦ ସାମ୍ନାକୁ ଆସିବା ପରେ ଓଡିଆ ସିନେ ଜଗତର ଗହନ କଥା ପଦାକୁ ଆସିଛି । ରାଜେଶଙ୍କ ଅଭିଯୋଗ ଉପାସନା ତାଙ୍କୁ ବ୍ଲାକମେଲିଂ କରୁଛନ୍ତି, ଯାହାକୁ ଉପାସନା ଖଣ୍ଡନ କରିଛନ୍ତି । ତେବେ କନକ ନ୍ୟୁଜ୍ ହାତରେ ଯେଉଁ ତଥ୍ୟ ଲାଗିଛି, ତାହା କାଷ୍ଟିଂ କାଉଚ କି ବ୍ଲାକମେଲିଂର ନୁହେଁ ବରଂ ହିରୋଇନଙ୍କ ସହ ପ୍ରଯୋଜକଙ୍କ ପ୍ରେମ କାହାଣୀ । ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।