କନକ ବ୍ୟୁରୋ : ଗଛ କାଟିବାକୁ ବିରୋଧ କରିବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲେ । ରାଜସ୍ଥାନର ଯୋଧପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ଯୋଧପୁର ଠାରୁ ୧୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବେଆଇନ ଭାବେ ଗଛ କାଟିବାକୁ ବିରୋଧ କରିଥିଲେ ୨୦ ବର୍ଷୀୟା ଲଳିତା । ଫଳରେ ଉତ୍ୟକ୍ତ ଗ୍ରାମବାସୀ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଏ ସଂପର୍କରେ ମୃତ ଯୁବତୀଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ସରପଂଚଙ୍କ ସହ ଜଣେ ରାଜସ୍ୱ ଅଧିକାରୀ ମଧ୍ୟ ଏହି ଘଟଣାରେ ସଂପକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-28-at-8.58.17-AM.png)