ରାଜସ୍ଥାନରେ କୃଷି ଋଣ ଛାଡ ! ୫୦ ହଜାର ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ବସୁନ୍ଧରା ସରକାରଙ୍କ ଘୋଷଣା

9

କନକ ବ୍ୟୁରୋ : ରାଜସ୍ତାନରେ କୃଷି ଋଣ ଛାଡ ହୋଇଛି । ରାଜସ୍ଥାନରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ବିଜେପି ଶାସିତ ବସୁନ୍ଧରା ରାଜେ ସରକାର । ୫୦ହଜାର ପର୍ଯ୍ୟନ୍ତ କୃଷି ଋଣ ନେଇଥିବା ଚାଷୀ ମାନଙ୍କ ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହି ବାବଦରେ ରାଜ୍ୟ ସରକାରଙ୍କୁ ୨୦ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ ।

rajastanକୃଷି ଋଣ ଛାଡ କରିବା ଦାବିରେ କିସାନ ମହାସଭା ନାମକ କୃଷକ ସଂଗଠନ ଦୀର୍ଘ ୧୪ ଦିନ ହେବ ଆନ୍ଦୋଳନ ଚଳାଇଥିଲେ । ସରକାରଙ୍କ କୃଷି ଋଣ ଛାଡ ଘୋଷଣା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ସଂଗଠନ । ବିଜେପି ଶାସିତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସରକାର ପୂର୍ବରୁ କୃଷି ଋଣ ଛାଡ କରିଛନ୍ତି । ମହାରାଷ୍ଟ୍ର ୩୪ ହଜାର କୋଟି ଟଙ୍କାର ଋଣ ଛାଡ କରିଥିବାବେଳେ ୟୁପି ୩୬ ହଜାର କୋଟି ଟଙ୍କାର ଋଣ ଛାଡ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.