କନକ ବ୍ୟୁରୋ : ରାଜସ୍ତାନରେ କୃଷି ଋଣ ଛାଡ ହୋଇଛି । ରାଜସ୍ଥାନରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ବିଜେପି ଶାସିତ ବସୁନ୍ଧରା ରାଜେ ସରକାର । ୫୦ହଜାର ପର୍ଯ୍ୟନ୍ତ କୃଷି ଋଣ ନେଇଥିବା ଚାଷୀ ମାନଙ୍କ ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହି ବାବଦରେ ରାଜ୍ୟ ସରକାରଙ୍କୁ ୨୦ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ ।
କୃଷି ଋଣ ଛାଡ କରିବା ଦାବିରେ କିସାନ ମହାସଭା ନାମକ କୃଷକ ସଂଗଠନ ଦୀର୍ଘ ୧୪ ଦିନ ହେବ ଆନ୍ଦୋଳନ ଚଳାଇଥିଲେ । ସରକାରଙ୍କ କୃଷି ଋଣ ଛାଡ ଘୋଷଣା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ସଂଗଠନ । ବିଜେପି ଶାସିତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସରକାର ପୂର୍ବରୁ କୃଷି ଋଣ ଛାଡ କରିଛନ୍ତି । ମହାରାଷ୍ଟ୍ର ୩୪ ହଜାର କୋଟି ଟଙ୍କାର ଋଣ ଛାଡ କରିଥିବାବେଳେ ୟୁପି ୩୬ ହଜାର କୋଟି ଟଙ୍କାର ଋଣ ଛାଡ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Rajastan-.jpg)