ରାଜସ୍ଥାନର କୋଟାରୁ ଆସିଥିବା ବସକୁ ରାଉରକେଲାରେ ଅଟକ ରଖିଲେ ଲୋକେ : ସେକ୍ଟର ୨ରେ ଛାତ୍ରଛାତ୍ରୀ ଓହ୍ଲାଇବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ,ବସରେ ଫେରିଛନ୍ତି ୨୫ ଛାତ୍ର

718

କନକ ବ୍ୟୁରୋ : ରାଜସ୍ଥାନ କୋଟାରୁ ଆସିଥିବା ବସ୍କୁ ରାଉରକେଲାରେ ଅଟକ ରଖିଲେ ଲୋକେ । ୨୫ ଛାତ୍ରଛାତ୍ରୀଙ୍କୁ ନେଇ ରାଉରକେଲା ସେକ୍ଟର ୨ ଘରୋଇ ବସଷ୍ଟାଣ୍ଡରେ ପହଞ୍ଚିଥିଲା ବସ୍ । ୧୨ ଜଣ ଛାତ୍ରଛାତ୍ରୀ ବସରୁ ଓହ୍ଲାଇ ନିଜ ଘରକୁ ଚାଲିଯାଇଛନ୍ତି । ବାକି ସମସ୍ତ ଛାତ୍ରଛାତ୍ରୀ ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ନୂଆପଡା ଜିଲ୍ଲାରୁ ବୋଲି ସୂଚନା ମିଳିଛି ।

ତେବେ ଏହି ବସକୁୁ ରାସ୍ତାରେ ଲୋକେ ଅଟକ ରଖିଥିଲେ । ୩ ଘଂଟା ଅଟକ ପରେ ଆରଏମସି ପ୍ରଶାସନ ବସକୁ ନେଇଛି । ବିପିୟୁଟି ସ୍ଥିତ ଅସ୍ଥାୟୀ କ୍ୱାରେଂଟିନରେ ରଖି ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଯେଉଁପିଲାମାନେ ଘରକୁ ପଳାଇଛନ୍ତି ସେମାନଙ୍କର ମେଡିକାଲ ଯାଞ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।