image courtesy-https://mytravelnama.files.wordpress.com
କନକ ବ୍ୟୁରୋ : ପାହାଳସ୍ଥିତ ହୋଟେଲ୍ ପାଲ୍ ହାଇଟ୍ସ୍ ମନ୍ତ୍ରା ପରିସରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ରାଜସ୍ଥାନୀ ଖାଦ୍ୟ ମେଳା’ । ନବରାତ୍ରୀ ସମୟରେ ଓଡ଼ିଶାର ଖାଦ୍ୟପ୍ରେମୀମାନଙ୍କୁ ଭିନ୍ନ ସ୍ୱାଦର ଭୋଜନ ଦେବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେଉଛି । ଉତ୍ସବରେ ରାଜସ୍ଥାନର ପ୍ରସିଦ୍ଧ ଖାଦ୍ୟ ମକାଇକା ରବା, ପନିର
ସୋଲା, ମେହ ମକା ଇସିକ୍, ହରାଭରା ଘାଟା କରି, ଡାଲ୍ବାଟି ଚୁର୍ମା, ଯୋଧପୁର ପଲାଉ, ଜୟପୁରୀ ମଓ୍ଵା ପଲାଉ, ରସ ମଲାଇ, ବେସନ ଚକି, ମକାଇ ରୋଟି ଆଦି ୨୦ରୁ ଉର୍ଦ୍ଧ୍ୱ ଖାଦ୍ୟ ଉପଲବ୍ଧ ହେବ ।
ଏହା ସହ ଗ୍ରାହକଙ୍କ ଚାହିଦା ଅନୁଯାୟୀ ରାଜସ୍ଥାନୀ ଖାଦ୍ୟ ପ୍ରସ୍ତୁତ କରି ପରସି ଦିଆଯିବ ବୋଲି ଆଜି ହୋଟେଲ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହୋଟେଲ ମ୍ୟାନେଜର ସୁଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ରାଜସ୍ଥାନୀ ସ୍ୱାଦ ଅନୁଭବ ଦେବା ଲାଗି ଉତ୍ସବକୁ ଅଭିଜ୍ଞ ରାଜସ୍ଥାନୀ କୁକ୍ଙ୍କୁ ଏସବୁ ରୋଷେଇ ଲାଗି ଅଣାଯିବା ସହ ଉତ୍ସବ ପରିସରକୁ ଏକ ରାଜସ୍ଥାନୀ ଗାଁରେ ରୂପାନ୍ତରିତ କରାଯାଇଛି । ଖାଦ୍ୟ ପ୍ରେମୀମାନେ ଖାଦ୍ୟର ମଜା ନେବା ସହ ରାଜସ୍ଥାନୀ ଲୋକଗୀତ ମଧ୍ୟ ଶୁଣିପାରିବେ ବୋଲି ସେ କହିଛନ୍ତିି। ଆଜିର ସାମ୍ବାଦିକ ସମ୍ମିଳନୀରେ ହୋଟେଲ୍ର ଭାଇସ୍ ପ୍ରେସିଡେଣ୍ଟ୍ ପ୍ରଦୀପ ଜେନା ମଧ୍ୟ ଉପସ୍ଥିତ ଥିଲେ। ଖାଦ୍ୟ ମେଳା ଆସନ୍ତା ୨ ତାରିଖ ଯାଏଁ ଚାଲିବ ।
Follow Us