ଚିନ୍ତାରେ ଆମିର୍ ଖାନ ! ବକ୍ସ ଅଫିସରେ ମୁହାଁମୁହିଁ ହୋଇପାରନ୍ତି ଆମିର୍ ଓ ରଜନୀକାନ୍ତ

39

ଚିନ୍ତାରେ ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର୍ ଖାନ୍ । ତାଙ୍କୁ ଏବେ ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଠାରୁ ଲାଗିଲାଣି ଡର । ଡରିବାର କାରଣ ବି ରହିଛି । ଯଦି ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ସିନେମା ଟୁ ପଏଂଟ୍ ଜିରୋ ଓ ଆମିର୍ ଖାନଙ୍କ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନ ସମୟରେ ରିଲିଜ୍ ହୁଏ, ତାହାଲେ ତାଙ୍କ ବକ୍ସଅଫିସରେ ଘମାଘୋଟ ଲଢ଼େଇ ହେବାର ସମ୍ଭାବନା ରହିଛି । ଆଉ ଏହି କଥାର ଚିନ୍ତା ଏବେ ଘାରିଛି ଆମିରଙ୍କୁ ।

ରଜନୀକାନ୍ତଙ୍କ ସହ ମୁହାଁମୁହିଁ ହୋଇ ପାରନ୍ତି ବଲିଉଡ୍ ମିଷ୍ଟର୍ ପର୍ଫେକସନିଷ୍ଟ ଆମିର୍ ଖାନ୍ । ଆଉ ଏହି ମୁହାଁମୁହିଁ ରିୟଲ୍ ଲାଇଫ୍ ନୁହେଁ ବକ୍ସ ଅଫିସରେ ହେବାର ଆଶଙ୍କା ରହିଛି । ଯାହା ପାଇଁ ଚିନ୍ତାରେ ବଲିଉଡ୍ ଦଙ୍ଗଲ୍ । ଆମିର୍ ଖାନଙ୍କୁ ଏବେ ଲାଗୁଛି ଭୟ । ତାଙ୍କର ଏବର୍ଷର ବହୁ ପ୍ରତିକ୍ଷୀତ ସିନେମା ଠଗ୍ସ ଅଫ୍ ହିନ୍ଦୁସ୍ତାନ ପାଇଁ ଆମିର୍ ଖାନ୍ ପୁରା ଦମରେ ଲାଗିଛନ୍ତି । ଆଉ ଏବେ ତାଙ୍କୁ ଡର ହେଲାଣି ରଜନୀକାନ୍ତଙ୍କ ସିନେମା ଟୁ ପଏଂଟ୍ ଜିରୋର ରିଲିଜ୍ ଘୁଂଚି ଘୁଂଚି ତାଙ୍କ ସିନେମା ଠଗ୍ସ ଅଫ୍ ହିନ୍ଦୁସ୍ତାନର ରିଲିଜ୍ ବେଳେ ନହେଇଯାଉ । ସେମିତି ହେଲେ ଆମିରଙ୍କ ସବୁ ପରିଶ୍ରମ ପାଣିରେ ମିଶିଜିବ । ବକ୍ସ ଅଫିସରେ ଟୁ ପଏଂଟ୍ ଜିରୋ ଓ ଓ ଠଗ୍ସ ଅଫ୍ ହିନ୍ଦୁସ୍ତାନକୁ ନେଇ ବଡ ଫାଇଟ୍ ହେବାର ଡର ଏବେ ଚିନ୍ତାରେ ପକାଇଛି ଆମିର୍ଙ୍କୁ । ନିକଟରେ ଏକ ଲାଇଭ୍ ଭିଡିଓ ସମୟରେ ଆମିର୍ ନିଜର ଏହି ଡର ବିଷୟରେ କହିଛନ୍ତି ।

ଆମିର୍ ଖାନ୍ ବେଶ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ସିନେମାରେ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ, ଫାତିମା ସାନା ସେଖ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ପୁରା ଟିମ୍ ଏହି ସିନେମା ପାଇଁ କଡ୍ଡା ମେହନତ କରିଛନ୍ତି । ସିନେମାକୁ ଦିୱାଲି ଅବସରରେ ରିଲିଜ୍ କରିବାକୁ ସ୍ଥିର କରିଛନ୍ତି ପ୍ରଯୋଜନା ସଂସ୍ଥା । ଅନ୍ୟପଟେ ଟୁ ପଏଂଟ୍ ଓ ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ସିନେମା । ଫିଲ୍ମରେ ସୁପରଷ୍ଟାର୍ ରଜନୀକାନ୍ତ, ଅକ୍ଷୟ କୁମାର୍ ଓ ଅଭିନେତ୍ରୀ ଏମି ଜ୍ୟାକସନ୍ଙ୍କୁ ଦେଖିବାକୁ ମିଳିବ । ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ସିନେମା ହେଉଛି ଟୁ ପଏଂଟ୍ ଓ । ଫିଲ୍ମରେ ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ସିନେମାର ରିଲିଜ୍ ପ୍ରଥମେ ଏପ୍ରିଲ୍ ମାସରେ ହେବାର ଥିଲା । ମାତ୍ର ପରେ ଏହାର ରିଲିଜ୍ ଘଂଚା ହୋଇ ଅଗଷ୍ଟ ମାସକୁ ରଖାଗଲା । ଆଉ ଏବେ ଶୁଣିବାକୁ ମିଳିଛି ଦିୱାଲି ଅବସରରେ ରିଲିଜ୍ ହେବ ଟୁ ପଏଂଟ୍ ଓ । ଯଦି ଏକାଠି ଏହି ଦୁଇଟି ହାଇ ବଜେଟ୍ ସିନେମା ରିଲିଜ୍ ହୁଏ, ବକ୍ସ ଅବସରରେ ଦେଖିବାକୁ ମିଳିବ ଜବରଦସ୍ତ ଟକ୍କର । ଆଉ ଏହାର ପ୍ରଭାବ ପଡିବ ସିନେମାର ବ୍ୟବସାୟ ଉପରେ । ଯାହାର ଚିନ୍ତା ଏବେ ଘାରିଛି ଆମିରଙ୍କୁ ।