ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା ! ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଯୋଗାଇଦେବାକୁ ଦାବି

40

କନକ ବ୍ୟୁରୋ : ନାହିଁ ନାହିଁ ରେ ଚାଲିଛି ରାଜକନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର । ପାଖାପାଖି ୨୯ଟି ପଂଚାୟତର ପ୍ରାୟ ୨ଲକ୍ଷ ଲୋକମାନେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଡାକ୍ତରଖାନାରେ ରୋଗୀ ଦେଖୁଛନ୍ତି ଆୟୁଷ ଡାକ୍ତର ଓ ଫାରମାସିଷ୍ଟ । ଏଠାରେ ୨ଜଣ ଡାକ୍ତର ସପ୍ତାହରେ ପାଳି କରି ୫ଦିନ ଡ୍ୟୁଟିି କରି ପଳାଇ ଯାଉଥିବା ବେଳେ ଶନିବାର ଓ ରବିବାର ଦିନ ଆୟୁସ ଡାକ୍ତର ଓ ଫାରମାସିଷ୍ଟ ରୋଗୀ ଦେଖିଥାନ୍ତି । ଫଳରେ ନାହିିଁ ନଥିିବା ଅସୁବିଧା ଭୋଗୁଛନ୍ତି ରୋଗୀ । ତେବେ ଶୀଘ୍ର ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଯୋଗାଇଦେବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି ।