ପୁଣି ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍ ! ହେଲେ କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି ସରକାର, ଜାଣନ୍ତୁ ?

60

ଦେଶରୁ କଳାଧନକୁ ମୂଳପୋଛ କରିବା  ପାଇଁ ୨୦୧୬ ନଭେମ୍ବର ୮ରେ ମୋଦି ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ ।  ଅର୍ଥ ବ୍ୟବସ୍ଥାରୁ ଉଚ୍ଚମୂଲ୍ୟର ନୋଟ୍ ଯଥା ୫୦୦ ଏବଂ ୧୦୦୦ ଟଙ୍କିଆକୁ ବାଦ୍ ଦିଆଗଲେ ଅର୍ଥନୀତିରେ କଳାଧନ କାରବାରକୁ କମାଯାଇପାରିବ ବୋଲି କୁହାଯାଇଥିଲା । ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କଳାଧନ ଏବଂ ଜାଲନୋଟ ବ୍ୟବହାର ଉପରେ ରୋକ ଲଗାଇବା ବିମୁଦ୍ରାକରଣ ଅନ୍ୟ ଲକ୍ଷ୍ୟ ଥିଲା । ତେବେ ବିମୁଦ୍ରାକରଣ ସମୟରେ ସାଧାରଣ ଜନତାଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥିଲା । ତେବେ କିଛିକାଂଶରେ କଳାଧନ ଉପରେ ରୋକ ଲାଗିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କାର୍ଯ୍ୟାନଷ୍ଠାନ ଭୟରେ  ସେହି ସମୟରେ ବ୍ୟାଙ୍କରେ ଟଙ୍କା ଜମାନକରି କିଛି ଲୋକ ନଦୀ ନାଳ ଠାରୁ ଆରମ୍ଭ କରି ସମୂଦ୍ର ଆଦିରେ ବସ୍ତା ବସ୍ତା କଳାଟଙ୍କା ଭସାଇଦେଲେ । ଆଉ କିଛି ସାଧାରଣ ଲୋକ ବ୍ୟାଙ୍କରେ ଟଙ୍କା ଜମା କଲେ ।

2000_notes

 

ବିମୁଦ୍ରାକରଣ ପରେ ପୁଣି ଥରେ ବଜାରରେ କଳାଧନ ରୋକିବା ପାଇଁ ବଡ଼ ନୋଟ୍ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚାଲିଛି । ବ୍ୟାଙ୍କିଂ ସୂତ୍ର ଅନୁସାରେ ଏବେ ୨୦୦୦ ଟଙ୍କିଆ ନୋଟ୍ ଆସିବା ବନ୍ଦ ହୋଇଗଲାଣି । କିନ୍ତୁ ଏବେ ବି ବଜାରରେ ୨୦୦୦ ଟଙ୍କିଆ ନୋଟର କାରବାର ହେଉଛି । ଏଥିିସହ ୨୦୦୦ ଟଙ୍କିଆ କେବଳ ସେହି ନୋଟ ଗୁଡ଼ିକ ଚାଲୁଛି ଯାହା ଗତ ଦେଢ଼ ବର୍ଷରୁ ଚଳୁଛି । ତେବେ ଏ ସଂକ୍ରାନ୍ତରେ କୌଣସି ବିଦ୍ଧିବଦ୍ଧ ନିର୍ଦ୍ଦେଶ ଆସିନାହଁ ବୋଲି କହିଛନ୍ତି ବ୍ୟାଙ୍କ ଅଧିକାରୀ । ଏଥିପାଇଁ କୌଣସି ପ୍ରକାର ମତପ୍ରକାଶ କରିବା ପାଇଁ ସେମାନେ ମନା କରିଦେଉଛନ୍ତି । ଏଟିଏମରେ ଏବେ ୫୦୦, ୧୦୦, ୨୦୦ ଟଙ୍କାର ଆଦି ନୋଟ୍ ଉପଲବ୍ଧ ରହୁଛି । ପ୍ରାୟ ଏଟିଏମରୁ ଏବେ ୫୦୦ ଟଙ୍କିଆ ନୋଟ୍ ବାହାରୁଛି ।

ତେବେ ଦୁର୍ନୀତି ଉପରେ ରୋକ ଲଗାଇବା ପାଇଁ ୨୦୦୦ ଟଙ୍କାକୁ ବନ୍ଦ ହେବ ବୋଲି ଏବେ ଚର୍ଚ୍ଚା ହେଉଛି । ଏଥିପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି । ବ୍ୟାଙ୍କ ଗୁଡ଼ିକୁ ମଧ୍ୟ ବିଶ୍ୱସ୍ତ ରୂପରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି । ବ୍ୟାଙ୍କିଂ ସୂତ୍ର ଅନୁସାରେ ୨୦୦୦ ଟଙ୍କିଆ ନୂଆ ନୋଟ୍ ବିଗତ ପ୍ରାୟ ୪ ମାସରୁ ଆସିବା ବନ୍ଦ ହୋଇଯାଇଛି । ବ୍ୟାଙ୍କ ପାଖରେ ଏବେ ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ଅଧିକ ଉପଲବ୍ଧ ରହିଛି । ବ୍ୟାଙ୍କରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଚାଲୁଛି । କିନ୍ତୁ ଏଟିଏମରୁ ଆଉ ୨୦୦୦ ଟଙ୍କିଆ ନୋଟ ଉବଲବ୍ଧ ନାହିଁ । ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଲୋକଙ୍କୁ ଅନଲାଇନ୍ ଟ୍ରାନଜାକ୍ସନ ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ମଧ୍ୟ ପ୍ରେରିତ କରାଯାଉଛି ।