ଆସନ୍ତା ୨୪ ଘଂଟା ଯାଏଁ ଜାରି ରହିବ ବର୍ଷା : ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା

37

କନକ ବ୍ୟୁରୋ : ଆଗାମୀ ୨୪ଘଂଟା ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳବର୍ତୀ ଓଡ଼ିଶାରେ ବର୍ଷା ଜାରି ରହିବ । ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୧ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବା ପରେ ୧୩ ତାରିଖରେ ପାଗ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଓଡ଼ିଶାର ଉତ୍ତର ଓ ଛତିଶଗଡରେ ଘୂର୍ଣିବଳୟ ସୃଷ୍ଟି ହୋଇଛି । ଏହାସହ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ଏହାର ପ୍ରଭାବରେ ୨୫ରୁ ୩୫ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶ ଶରତ ସାହୁ କହିଛନ୍ତି ।