ସରିଲା ବର୍ଷା ବଢିଲା ଚିନ୍ତା !

24

କନକ ବ୍ୟୁରୋ : ସରିଲା ବର୍ଷା ବଢିଲା ଚିନ୍ତା । ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟତଃ ଶେଷ ହୋଇଯାଇଛି । ତେବେ ପୂର୍ବାନୁମାନ ଠାରୁ ଏଥର କମ୍ ବର୍ଷା ହୋଇଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ୯୮ ପ୍ରତିଶତ ମୌସୁମୀ ବର୍ଷା ପୂର୍ବାନୁମାନ କରାଯାଇଥିଲା । ହେଲେ ଦେଶରେ ୯୫ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛି ଆଇଏମଡି । ଲଗାତର ଚତୁର୍ଥ ବର୍ଷ ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ ଭୁଲ ସାବ୍ୟସ୍ତ ହୋଇଛି । ପ୍ରକୃତ ବର୍ଷା ଠାରୁ ପୂର୍ବାନୁମାନ ପୁଣି ଥରେ ଅଧିକ ହୋଇଛି । ଫଳରେ ଏବର୍ଷ ଚାଉଳ ଉତ୍ପାଦନ ଗତବର୍ଷ ଅପେକ୍ଷା ୨ ପ୍ରତିଶତ କମ୍ ହେବା ଅନୁମାନ କରାଯାଉଛି । ଏହା ସହ ଡାଲି ଉତ୍ପାଦନରେ ହ୍ରାସ ସହ ସୋୟାବିନ୍ ଉତ୍ପାଦନରେ ୮ ପ୍ରତିଶତ ହ୍ରାସ ଅନୁମାନ କରାଯାଉଛି ।